ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଟଫଣ୍ଡ ଠକେଇର ଶିକାର ହୋଇଛନ୍ତି |
ଆଜି ଜାତୀୟ ଉପଭୋକ୍ତା ଦିବସରେ ମୁଖ୍ୟମନ୍ତ୍ରୀ ଚିଟଫଣ୍ଡ ଠକାମୀ ବିଷୟରେ କହିଥିଲେ | ଆପଣମାନେ କେହି ନ କେହି ଚିଟଫଣ୍ଡ ଠକାମୀର ଶିକାର ହୋଇଥିବେ ମୁ ବି ହୋଇଛି ମୁ ଟଙ୍କା ଯୋଗାଡ଼ କରି ଠକ ସଂସ୍ଥାକୁ ଦେଇଥିଲି ପରେ ଦେଖିଲି ସଂସ୍ଥା ନାହିଁ | ଏବଂ ସମସ୍ତଙ୍କୁ ଚିଟଫଣ୍ଡ ଠକେଇରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି |
ମ୍ୟଖ୍ୟମନ୍ତ୍ରୀ କେମିତି ଚିଟଫଣ୍ଡ ଠକେଇର ଶିକାର ହୋଇଥିଲେ |
ମୋହନ ଚରଣ ମାଝୀ ୨ ଥର ଚିଟଫଣ୍ଡ ଠକେଇର ଶିକାର ହୋଇଥିଲେ | ଗୋଟିଏ ସରକାରୀ ସଂସ୍ଥା ଆଉ ଗୋଟେ ବେଶରକାରୀ ସଂସ୍ଥାରେ ଶିକାର ହୋଇଥିଲେ ବୋଲି କହିଥିଲେ | ୧୯୯୦ ଓ ୨୦୦୨ ମସିହାରେ ଠକ ସଂସ୍ଥାରେ ଶିକାର ହୋଇଥିଲେ | ଧାରା ୧୯୮୬ ଅନୁସାରେ ଅଭିଯୋଗ କରିଥିଲେ ମଧ୍ୟ୍ୟ ଟଙ୍କା ମିଳିନଥିଲା | ଲୋକମାନେ କିପରି ଠକ ସଂସ୍ତାଠୁ ଦୁରେଇ ରହିବା ପାଇଁ କହିଥିଲେ | ଆଜି ଜାତୀୟ ଉପଭୋକ୍ତା ଦିବସରେ ଯୋଗଦାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଏବଂ ଲୋକମାନଙ୍କ ପାଇଁ ଉପଭୋକ୍ତା ସୁରକ୍ଷା ଆଇନ ପ୍ରଣୟନ କରାଯାଇଛି | ଗ୍ରାହକ ମାନେ ବାଣିଜ୍ୟ କ୍ଷେତ୍ରରେ ଠକାମିର ଶିକାର ହେଲେ ଅଭିଯୋଗ କରିପାରିବେ | ଏଥି ପାଇଁ ତାଙ୍କୁ ସମ୍ପୂର୍ଣ ଅଧିକାର ଦିଆଯାଇଛି |