ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାକୁ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରିକରିଛି ପାଣିପାଗ ବିଭାଗ ?

ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାକୁ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରିକରିଛି ପାଣିପାଗ ବିଭାଗ | ରାଜ୍ୟରେ କାଳବୈଶାଖୀ ପ୍ରଭାବ ସମସ୍ତ ଜିଲ୍ଲାରେ ଦେଖାଦେଉଥିବା ବେଳେ ରାଜ୍ୟରେ ବର୍ଷା ଲାଗିରହିଥିବା ସୂଚନା ମିଳୁଛି | ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୨ ଘଣ୍ଟା ପର୍ଯ୍ୟନ୍ତ ରେଡ ୱାର୍ନିଂ ଜାରିକରିଛି ପାଣିପାଗ ବିଭାଗ | ପ୍ରବଳ ବର୍ଷା ହେବା ସହ ବଜ୍ରପାତ , ଓ କୁଆପଥର ବର୍ଷା ଓ ୬୦ରୁ ୭୦ କିମି ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରିକରଯାଇଛି । ପାଣିପାଗ ବିଭାଗରୁ ସୂଚନା ଅନୁଯାଇ ଆଗାମୀ ୪ ଦିନ ଭିତରେ କାଳବୈଶାଖୀ ବର୍ଷା ଲାଗିରହିବ ସହ ପ୍ରବଳ ଘଡଘଡି ହବା ନେଇ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯିବ।

Odia Khabar

Leave a Comment