ଯାଜପୁର ପାଣିକୋଇଲିରେ ଦିନ ଦ୍ୱିପହରେ ଗୁଳି । ପାଣିକୋଇଲିରେ ରହିଥିବା ପଣ୍ଡା ଅଳଙ୍କାର ଦୋକାନରେ ଲୁଟ କରିବାକୁ ଆସିଥିଲେ ଦୂର୍ବୁତ । ସୁନା ଦୋକାନରେ ଲୁଟ କରିବାକୁ ଆସିଥିଲେ ୫ ଦୁର୍ବୁତ୍ତ ଏବଂ ପାଣିକୋଇଲି ମାର୍କେଟ ଉପରେ ଦୂର୍ବତ ମାନେ ଗୁଳି କରିଛନ୍ତି । ଏବଂ ଗୁଳି ମାଡ଼ରେ ୩ ଜଣ ଲୋକ ଆହତ ହେଇଛନ୍ତି ଓ ତାଙ୍କ ଭିତରୁ ୨ ଜଣ ଲୋକେ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳିଛି ।
ଦୁର୍ବୁତ୍ତ ମାନେ କିପରି କରିଥିଲେ ଲୁଟ ?
ସୁନା ଦୋକାନ ଲୁଟ କରି ବାଇକରେ ଯାଉଥିବାବେଳେ ଦୃଘଟଣା ଘଟିଥିଲା । ଏବଂ ଦୂର୍ବୁତ ମାନେ ଗୁଳି କରିବା ଆରମ୍ଭ କରିଥିଲେ । ଘଟଣା ସ୍ଥଳରେ ଦୁର୍ବୁତ୍ତ ମାନେ ଫେରାର ରହିଥିବାବେଳେ ୨ ଜଣ ଦୁର୍ବୁତ୍ତ ଙ୍କୁ ଧରିବାରେ ସଫଳ ହେଇଛନ୍ତି ସ୍ଥାନୀୟ ଲୋକେ । ଏବଂ ଜଣେ ଦୁର୍ବୁତ୍ତ ଙ୍କୁ ନିଧୂମ ମାଡ ମାରିଥିଲେ ସ୍ଥାନୀୟ ଲୋକେ ପୋଲିସ କର୍ମଚାରୀ ଦୁର୍ବୁତଙ୍କୁ ଗୋଟେ ରୁମରେ ବନ୍ଦ କରି ରଖିଛନ୍ତି । ସ୍ଥାନୀୟ ଲୋକେ ମାନେ ଦାବି କରିଛନ୍ତି ଦୁର୍ବୁତ୍ତଙ୍କୁ ଆମକୁ ହସ୍ତାନ୍ତର କର ବୋଲି ପୋଲିସକୁ କହିଥିଲେ । ଏବଂ ଦୀର୍ଘ ୩ ଘଣ୍ଟା ହବ ସ୍ଥାନୀୟ ଲୋକମାନେ ପୋଲିସ କର୍ମଚାରୀ ଓ ଦୁର୍ବୁତଙ୍କୁ ଛାଡ଼ିନଥିଲେ । ସ୍ଥାନୀୟ ବାସିନ୍ଧା ଘଟଣା ସ୍ଥଳରେ ବହୁତ ଉତେଜନା ଦେଖାଦେଇଥିଲା ।