ରବିବାର ଆତ୍ମହତ୍ୟା କରିଥିବା କିଟ ଛାତ୍ରୀଙ୍କ ଆଜି ହବ ପୋଷ୍ଟମଟମ ଗତ ରବିବାର ଦିନ କିଟ କଲେଜେର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ଛାତ୍ରୀ ଜଣକ ନେପାଳରେ ରହିଥିବା ଜଣାପଡିଛି । ଘଟଣା ସ୍ଥଳରେ ଛାତ୍ରୀ ଜଣକର ଆତ୍ମହତ୍ୟାକୁ ନେଇ ଛାତ୍ର ଛାତ୍ରୀ ମାନେ ଉତେଜନା ଦେଖେଇଥିଲେ ସବୁ ଛାତ୍ର ଛାତ୍ରୀମାନେ କିଟ ପାଖରେ ରହିଥିବା ମୁଖ୍ୟ ରାସ୍ତାକୁ ରାତି ତମାମ ଅବରଧ କରିଥିଲେ । ଭୁବନେଶ୍ୱର ଏମ୍ସରେ ମେଡିକାଲରେ ନେପାଳୀ ଛାତ୍ରୀ ଜଣଙ୍କର ଶବ ବ୍ୟବଚ୍ଛେଦ କରାଯିବ । ଛାତ୍ରୀ ଜଣକର କିଟ କଲେଜର ଗୋଟେ ପିଲା ସହିତ ପ୍ରେମ ସମ୍ପର୍କ ରହିଥିବା ଜଣାପଡିଛି । ପୋଲିସ କର୍ମଚାରୀ କିଟ କଲେଜ ପାଖରେ ରହିଥିବା ସମସ୍ତ ପାନଦୋକାନଠୁ ଆଦି ସମସ୍ତ ଗୁଟଖା, ସିଗରେଟ, ଗଞ୍ଜେଇ ସବୁ ଦ୍ରବ୍ୟ ଜବତ କରିଛି ।
କଣ ପାଇଁ କିଟ କର୍ତ୍ତୃପକ୍ଷ ନେପାଳ ପିଲାଙ୍କୁ ବାହାର କଲେ ?
ଏବଂ କଲେଜ କର୍ତୁପକ୍ଷ ମାନଙ୍କର ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସବୁ ନେପାଳୀ ଛାତ୍ର ଛାତ୍ରୀ ମାନଙ୍କ ଉପରେ ଅତ୍ୟାଚାର କରିଥିଲେ । ସିକ୍ୟୁରିଟି ଓ ମହିଳା କର୍ମଚାରି କିଟ ଛାତ୍ର ଛାତ୍ରୀଙ୍କୁ ମାଡ ମରଥିବା ଭିଡ଼ିଓ ମଧ୍ୟ ଚାରିଆଡେ ଭାଇରଲ ହୋଇଛି । ୨ଜଣ ସିକ୍ୟୁରିଟି ଗାର୍ଡଙ୍କୁ ବହିସ୍କୃତ କରିବା ସହ ୨ ଜଣ ହଷ୍ଟେଲ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ନେପାଳର ସବୁ ଛାତ୍ର ଛାତ୍ରୀ ମାନଙ୍କୁ କଲେଜରୁ ବାହାର କରିଦେଇଥିଲେ ସବୁ ଛାତ୍ର ଛାତ୍ରୀ ମାନଙ୍କୁ ରେଳ ଷ୍ଟେସନରେ ଛାଡି ଆସିଥିଲେ ଏବଂ ସମସ୍ତ ନିଜ ଘରକୁ ଯିବାକୁ କହିଥିଲେ । ଏବଂ ଛାତ୍ର ଛାତ୍ରୀ ମାନଙ୍କୁ କଲେଜ କର୍ତ୍ତୃପକ୍ଷ କଲ କରି ପୁଣି କଲେଜ ଆସିବା ପାଇଁ ବାଧ୍ୟ୍ୟ କରୁଛନ୍ତି । ମୂର୍ତ ଛାତ୍ରୀ ବାପା ,ମା ଝିଅର ମୁର୍ତ୍ୟୁ କୁ ନେଇ ନ୍ୟାୟ ମାଗିଛନ୍ତି ।