ରାଜ୍ୟରେ ଆଜିଠୁ ତାପମାତ୍ରା ବଢିବ ?

ରାଜ୍ୟରେ ଆଜିଠୁ ତାପମାତ୍ରା ବଢିବ | ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରରୁ ତାପମାତ୍ରା ବଢିବା ନେଇ ସୂଚନା ମିଳୁଛି | ରାଜ୍ୟରେ କାଳବୈଶାଖୀ ବର୍ଷାର ପରିମାଣ କମିବା ମାତ୍ରେ ରାଜ୍ୟରେ ପୁଣିଥରେ ସମସ୍ତ ସହର ଗୁଡିକରେ ତାପମାତ୍ରା ବଢିବା ନେଇ ସୂଚନା ମିଳୁଛି | ଆସନ୍ତା ୩ ଦିନ ମାଧ୍ୟ୍ୟରେ ରାଜ୍ୟରେ ଅତ୍ୟଧିକ ତାପମାତ୍ରା ବଢିବା ବୋଲି ସୂଚନା ମିଳିଛି | ରାଜ୍ୟରେ ପ୍ରାୟ ଜିଲ୍ଲାଗୁଡିକରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ଓ କିଛି କିଛି ଜିଲ୍ଲା ଗୁଡିକରେ ତାପମାତ୍ରା ୪୦ ଡିଗ୍ରୀ ଓ ୪୨ ରହିବ ନେଇ ପୂର୍ବଅନୁମାନ କରାଯାଉଛି | ଆସନ୍ତା ୨୯ ଓ ୩୦ ତାରିଖ ମାଧ୍ୟ୍ୟରେ ତାପମାତ୍ରା ବଢିବା ନେଇ ହିଟ୍ ୱେଭ ନେଇ କିଛି ଜିଲ୍ଲା ଗୁଡିକୁ ସତର୍କ ସୂଚନା ଜାରିକରାଯାଇଛି | ବଲାଙ୍ଗୀର, ସୋନପୁର ବୌଦ୍ଧ, କଳାହାଣ୍ତି ଏବଂ ସମ୍ବଲପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Odia Khabar

Leave a Comment