ରାଜ୍ୟରେ ଆସନ୍ତା କାଲିଠୁ ୨ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ?

ରାଜ୍ୟରେ ଆସନ୍ତା କାଲିଠୁ ୨ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡଘଡି ସହ ଝିପି ଝିପି ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଘଡଘଡି ଓ ବିଜୁଳି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଜିଲ୍ଲା ଗୁଡିକୁ ସତର୍କ ସୂଚନା ଜାରି କରାଯାଇଛି । ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ୫୦ ରୁ ୬୦ କିମି ବେଗରେ ପବନ ବହିପାରେ ବୋଲି ସୂଚନା ମିଳୁଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପକୂଳ ଓଡ଼ିଶାରେ ମଧ୍ୟ ବିଜୁଳି ନେଇ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟରେ ବିଭିନ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ି ଓ କୁଆପଥର ବର୍ଷାକୁ ନେଇ ୩ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଜିଲ୍ଲା ଗୁଡିକରେ କୁଆପଥର ବର୍ଷା ସହିତ ଘଡ ଘଡି ହେବାର ସମ୍ଭାବନା ଅଛି । ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗରୁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟରେ ୯ ଟି ଜିଲ୍ଲାକୁ କୁଆପଥର ବର୍ଷାକୁ ବିଜୁଳି ଓ ଘଡ ଘଡି ହେବା ନେଇ ପାଣିପାଗ ବିଭାଗ କେନ୍ଦ୍ରରୁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରିକରାଯାଇଛି ବାଲେଶ୍ୱର , ଭଦ୍ରକ , କେନ୍ଦୁଝର , ସୁନ୍ଦରଗଡ଼ , ଝାରସୁଗଡା , ରାଜ୍ୟରେ ଆସନ୍ତା କାଲି ପର୍ଯ୍ୟନ୍ତ ବର୍ଷାର ପରିମାଣ ଜାରିରହିବ |

Odia Khabar

Leave a Comment