ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏ ଲାଗିରହିବ ବର୍ଷା | ରାଜ୍ୟରେ କାଳବୈଶାଖୀ ବର୍ଷା ସମସ୍ତ ଜିଲ୍ଲାରେ ଲାଗିରହିଥିବା ବେଳେ ପୂବରୁ ୨୦ ତାରିଖରେ ବର୍ଷା କମିବା ସୂଚନା ମିଳିଥିଲା | ହେଲେ ଆଜି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରରୁ ଆସନ୍ତା ୨୫ ତାରିଖ ଯାଏ ବର୍ଷା ଲାଗିରହିବା ନେଇ ସୂଚନା ମିଳୁଛି | ଅନେକ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ବିଜୁଳି ଓ ଘଡଘଡ଼ି ହେବ ଓ ୫୦ ରୁ ୬୦ କିମି ବେଗରେ ପବନ ବହିବା ନେଇ ସୂଚନା ମିଳୁଛି | କିଛି ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ସୂଚନା ମିଳୁଛି | ୟେଲୋ ୱାର୍ଣ୍ଣିଂ ଜାରିକରିଥିବା ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, ଜଗତସିଂହପୁର, ନୂଆପଡ଼ା, କେନ୍ଦ୍ରାପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ରହିଥିବା ସୂଚନା ମିଳୁଛି । ଏହିସବୁ ଜିଲ୍ଲା ଗୁଡ଼ିକର ମଧ୍ୟାହ୍ନ ସନ୍ଧ୍ୟା ସମୟରେ ଘଡ଼ଘଡ଼ି, କୁଆପଥର ବର୍ଷା ହେବା ସହ ପବନର ବେଗ ୪୦ରୁ ୫୦ କିଲୋମିଟର ଘଣ୍ଟା ହେବାର ନେଇ ସୂଚନା ମିଳୁଛି |