ରାଜ୍ୟରେ ପୁଣିଥରେ ବର୍ଷା ସମ୍ଭାବନା ?

ରାଜ୍ୟରେ ପୁଣିଥରେ ବର୍ଷା ସମ୍ଭାବନା । ଆସନ୍ତାକାଲି ଓ ଆଜି ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ ସହ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଦେଖିବାକୁ ମିଳିବ | ରାଜ୍ୟରେ ସମସ୍ତ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ତାପମାତ୍ରା ବଢିବା ଦ୍ୱାରା ଅତ୍ୟଧିକ ଗରମ ବୃଦ୍ଧି ପାଉଥିଲା | ଲୋକମାନେ ବହୁ ଅସୁବିଧାର ସମୁଖିନ୍ନ ହୋଉଥିଲେ । ଆଗକୁ ରାଜ୍ୟରେ ବର୍ଷା ହେବ ନେଇ ଦୁଇ ଦିନ ପର୍ଯ୍ୟନ୍ତ ଗରମରୁ ରକ୍ଷା ପାଇବେ ସାଧାରଣ ଲୋକ । ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବ ନେଇ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ନେଇ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସହ ସତର୍କ ସୂଚନା ଜାରିକରଯାଇଛି । ଆସନ୍ତା ୬ ତାରିଖରୁ ପାଗରେ ପରିବର୍ତ୍ତନ ହେବ ସହ ତାପମାତ୍ରା ବଢିବ ନେଇ ସୂଚନା ମିଳୁଛି । ଉତ୍ତର ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ରହିଥିବା ସୂଚନା ମିଳୁଛି । ଆଗକୁ ମଧ୍ୟ ତାପମାତ୍ରା ବଢିବା ନେଇ ସୂଚନ ମିଳୁଛି |

Odia Khabar

Leave a Comment