ରାଜ୍ୟରେ ୨୦ ତାରିଖ ପର୍ଯ୍ୟନ୍ତ ଲାଗିରହିବ ବର୍ଷା ?

ରାଜ୍ୟରେ ୨୦ ତାରିଖ ପର୍ଯ୍ୟନ୍ତ ଲାଗିରହିବ ବର୍ଷା | ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ ନେଇ ପାଣିପାଗ ବିଭାଗରୁ ସୂଚନା ମିଳୁଛି | ଆସନ୍ତା ୪ ରୁ ୫ ଦିନ ମଧ୍ୟ୍ୟରେ ରାଜ୍ୟର କିଛି କିଛି ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅନେକ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୬ ତାରିଖରେ ୨୧ଟି ଜିଲ୍ଲା ଗୁଡିକୁ ପ୍ରବଳ ବର୍ଷା ଓ ଘଡଘଡି ହେବା ନେଇ ୟେଲୋ ଆଲର୍ଟ ଜାରିକରଯାଇଛି | ଏବଂ ୧୭ ତାରିଖରେ ୨୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରିକରାଯାଇଥିବା ବେଳେ ୧୮ ତାରିଖରେ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରିକରାଯାଇଛି | ପ୍ରବଳ ବର୍ଷା ହେବା ସହ ବିଜୁଳି , ଘଡଘଡି ହେବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳୁଛି |

Odia Khabar

Leave a Comment