ରାଜ୍ୟ ବାହାର ଲୁଟେରା ଗ୍ୟାଙ୍ଗକୁ ପୋଲିସର ଏନକାଉଣ୍ଟର | ରାଜଧାନୀରେ କିଛି ଦିନ ଲୁଟେରା ମାନକ ରାଜ ଚାଲୁଥିଲା ଓ ବହୁ ମାତ୍ର ବନ୍ଦ ରହୁଥିବା ଆପାର୍ଟମେଣ୍ଟ ମାନଙ୍କରେ ଲୁଟେରା ମାନେ ଲୁଟ କରୁଥିଲେ ଏବଂ ଲୁଟ ପଛରେ ଏହି ଗ୍ୟାଙ୍ଗର ସାମିଲ ରହିଥିବା ସୂଚନା ମିଳୁଛି | ଘଟଣାଟି ଭୁବନେଶ୍ୱର ବାଲିଅନ୍ତା କେନାଲ ବନ୍ଧରେ ପୋଲିସ ଟିମ ଓ ଲୁଟେରା ଗ୍ୟାଙ୍ଗ ମଧ୍ୟରେ ଫାୟାରିଂ ହୋଇଥିଲା | ଗୁଳି ମାଡ଼ରେ ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟ ଗୋଡ଼ରେ ଗୁଳି ବାଜିବା ସୂଚନା ମିଳୁଛି | ଲୁଟେରା ଗ୍ୟାଙ୍ଗରେ ମୋଟ ୫ ଜଣ ସଦସ୍ୟ ରହିଥିଲେ ଆଜି ଲୁଟେରା ମାନେ ଲୁଟ କରିବାବେଳେ ପୋଲିସ ଟିମ ନଜରକୁ ଆସିଥିଲା | ଏବଂ ଗ୍ୟାଙ୍ଗ ମାନେ ଦୌଡ଼ି ପଳେଇବା ଆରମ୍ଭ କରିଥିଲେ ଓ ଅର୍ଜୁନ ନାମକ ଲୁଟେରା ଜଣକ ପୋଲିସକୁ ପ୍ରଥମେ ଗୁଳି ଆକ୍ରମଣ କରିଥିଲା ଏବଂ ଜବାବରେ ପୋଲିସ ଟିମ ଗୁଳି କରିଥିଲା ଗ୍ୟାଙ୍ଗର ଅର୍ଜୁନ ନାମକ ବ୍ୟକ୍ତିଙ୍କ ଗୋଡ଼ରେ ଗୁଳି ବାଜିଥିଲା | ଆଉ ସମସ୍ତେ ଲୁଟେରା ମାନେ ଘଟଣା ସ୍ଥଳରେ ଫେରାର ଥିବା ସୂଚନା ମିଳୁଛି | ଅର୍ଜୁନକୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା | ଲୁଟେରା ମାନଙ୍କ ଗ୍ୟାଙ୍ଗ ମଧ୍ୟ ପ୍ରଦେଶରୁ ଆସିଥିବା ସୂଚନା ମିଳୁଛି | ଆଉ ୪ ଜଣ ଗ୍ୟାଙ୍ଗ ଲୁଟେରା ମାନଙ୍କୁ ପୋଲିସ ଯଥାଶୀଘ୍ର ଧରିବା ପାଇଁ କାର୍ଯ୍ୟ କରୁଅଛି |