ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେବୋଲି ସୂଚନା ମିଳୁଛି ?

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେବୋଲି ସୂଚନା ମିଳୁଛି । ରାଷ୍ଟ୍ରପତି ଓଡିଶାରେ ଥିବା କିଛି ଦର୍ଶନୀୟ ସ୍ଥାନ ନୟାଗଡ଼ର କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳୁଛି । ରାଷ୍ଟ୍ରପତି ଓଡିଶା ଆସିବା ନେଇ ତାଙ୍କ ସୁରକ୍ଷା ଦୃଷ୍ଟିରୁ ଆଇନଶୃଙ୍ଖଳା ବ୍ୟବସ୍ଥା, ଓ ସୁରକ୍ଷାକର୍ମୀ ରାଷ୍ଟ୍ରପତିଙ୍କ ସୁରକ୍ଷା କାମ କରିବେ ଜିଲାପାଳ ସୂଚନା ଦେଇଛନ୍ତି | ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆସନ୍ତାକାଲି ସାଢେ ୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ବୋଲି ସୂଚନା ମିଳୁଛି | ରାଷ୍ଟ୍ରପତି ପ୍ରଥମେ ଭୁବନେଶ୍ୱରରୁ ହେଲିକପ୍ଟରରେ କଣ୍ଟିଲୋ ନୀଳମାଧବ ମନ୍ଦିର ଯାତ୍ରା କରିବେ। ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମନ୍ଦିରରେ ପୂଜା ଅର୍ଚନା କରି ସରିବାପରେ ଅନ୍ୟ କାର୍ଯ୍ୟକ୍ରମରେ ଯିବେ ବୋଲ ସୂଚନା ମିଳୁଛି | ରାଷ୍ଟ୍ରପତି କାଳିଆପଲ୍ଲୀ ଗ୍ରାମର ଶବର ରାଜା ବିଶ୍ବାବସୁଙ୍କ ପୀଠ ପରିଦର୍ଶନ କିରିବେ | ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥା ଓ ବ୍ୟାପକ ପୋଲିସ ଫୋର୍ସ ବ୍ୟବସ୍ତା କରାଯାଇଛି |

Odia Khabar

Leave a Comment