ରାସନ କାର୍ଡ଼ର e-KYC ର ଶେଷ ତାରିଖ ହେଲା ଜାନୁଆରୀ ୩୧ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଜାନୁଆରୀ ୩୧ ସୁଦ୍ଧା e- KYC ନକଲେ କଟିଯିବ ରାସନ କାର୍ଡ । ଏବେବି ୪୯ ଲକ୍ଷ୍ୟ ହିତାଧିକାରୀ e- KYC କରିନଥିବା ସୁଚନା ମିଳିଛି । e- KYC ପ୍ରକ୍ରିୟା ସାରିବା ଦ୍ୱାରା ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରାଯିବ ।ବାହାର ରାଜ୍ୟରେ ଯେଉଁ ଲୋକମାନେ ରହି କାମ କରୁଛନ୍ତି ସେମାନେ e- KYC କରିବାରେ ଅସୁବିଧାର ସମ୍ମୁଖିନ ହଉଛନ୍ତି । ଏବଂ ଗଂଜାମ ଜିଲ୍ଲାରେ ସବୁଠୁ ଅଧିକ ଲୋକ e- KYC କରିନଥିବା ସୂଚନା ମିଳିଛି । କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଜାନୁଆରୀ ୩୧ ତାରିଖ ସୁଦ୍ଧା ଯଦି କେହିବି e- KYC କରୁନାହାନ୍ତି ତାଙ୍କର ରାସନ କାର୍ଡରୁ ନା କଟିବ ଏବଂ ସମସ୍ତଙ୍କ ନୂଆ ରସନ କାର୍ଡ ପ୍ରଦାନ କରାଯିବ।