ଲଗାଣ ବର୍ଷା ହେବା ଯୋଗୁ ଧାନ ମଣ୍ଡିରେ ଭିଜିଲା ଧାନ । ଏବେ ଓଡ଼ିଶାରେ ବର୍ଷା ଲାଗିରହିଥିବାରୁ ମଣ୍ଡିରେ ଧାନ ଭିଜିବାକୁ ଲାଗିଲାଣି । ଖୋର୍ଦ୍ଧା ଜିଲ୍ଲାରୁ ଚାଷୀ ମାନଙ୍କ ଅଭିଯୋଗ ଶୁଣିବାକୁ ମିଳୁଛି । ଧାନ ବର୍ଷାରେ ନଷ୍ଟ ହେବାରୁ ଚିନ୍ତାରେ ଚାଷୀ । ମଣ୍ଡିରେ ସହ ସହ କୁଇଣ୍ଟାଲ ଧାନ ବର୍ଷା ଯୋଗୁ ନଷ୍ଠ ହେବାକୁ ଆରମ୍ଭ କଲାଣି । ବହୁତ ଧାନ ବସ୍ତା ଧୀରେ ଧୀରେ ଗଜା ହେବାକୁ ବସିଲାଣି ଚାଷୀ ଏହାଦେଖି ଚିନ୍ତାରେ ବସିଲେଣି । ଧାନକୁ କିପରି ସୁରକ୍ଷିତର ସହିତ ରଖାଯିବ ଚାଷୀମାନେ ତା ବନ୍ଦୋବସ୍ତ କରୁଛନ୍ତି । ମଣ୍ଡିରେ ଧାନ ରହିବାର ସୁବିଧା ନଥିବାରୁ ଏହିସବୁ ଅସୁବିଧା ହଉଛି ବୋଲି ଚାଷୀମାନେ କହିଛନ୍ତି । ଏବଂ ମଣ୍ଡିରେ ଧାନ ରଖିବା ସତ୍ୱେ ଚାଷୀର ଧାନ ଯଦି ସୁରକ୍ଷିତ ରହୁନାହିଁ ସହ ସହ ଧାନ ବସ୍ତା ନଷ୍ଟ ହେବାର ଖେୟକ୍ଷତିକୁ କିଏ ପୁରଣ କରିବ ବୋଲି ଚାଷୀମାନେ ଏବେ ଚିନ୍ତାରେ ଅଛନ୍ତି । ଏପର୍ଯ୍ୟନ୍ତ ମିଲର ମାନେ ଧନକୁ ନନେବାରେ ଚାଷୀମାନେ ଦୁଃଖ ପ୍ରକାଶ କରିଛନ୍ତି । ଆଗକୁ ବର୍ଷା ହେବା ଲାଗି ମଣ୍ଡିରେ ଧାନ ବସ୍ତା ପଡିରହିଥିବାରୁ ମିଲର ମାନଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା ମଧ୍ୟ କୌଣସି କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ କରିନାହାନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।