ସଡକ ଦୃଘଟଣାରେ ଜଣେ ବ୍ୟକ୍ତି ମୂର୍ତ | ଘଟଣାଟି ରାଞ୍ଚି ବିଜୟବାଡାରେ ଏଭଳି ଏକ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଏକ ଟ୍ରକ ଧକ୍କାରେ ବ୍ୟକ୍ତି ଜଣକ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ସୂଚନା ଅନୁଯାଇ ବ୍ୟକ୍ତି ଜଣକ ନିଜ ଝିଅ ଘରକୁ ଯାଉଥିବା ବେଳେ ଏଭଳି ଏକ ଦୃଘଟଣାର ଶିକାର ହୋଇଛନ୍ତି | ଝିଅ ଘର ପ୍ରାୟ ପାଖାପାଖି ହୋଇଥିବାବେଳେ ଗୋଟିଏ ଟ୍ରକ ଧକ୍କା ଦେଇଥିଲା ଓ ଘଟଣା ସ୍ଥଳରେ ବ୍ୟକ୍ତି ଜଣକ ମୁର୍ତ୍ୟୁ ବରଣ କରିଥିଲେ | ଏଭଳି ଏକ ଦୁଃଖଦ ଘଟଣା ପରେ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିଲେ | ସେହି ସ୍ଥାନରେ ବାରମ୍ବାର ଦୃଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକମାନେ ପ୍ରବଳ ଉତେଜନା ଦେଖେଇଥିଲେ | ଏବଂ ଦୀର୍ଘ ୫ ଘଣ୍ଟା କାଳ ସ୍ଥାନୀୟ ଲୋକ ରାସ୍ତା ଅବରଧ କରିଥିଲେ | ଘଟଣା ସ୍ଥଳରେ ପୋଲିସ କର୍ମଚାରୀ ପହଞ୍ଚି ଲୋକମାନଙ୍କୁ ବୁଝାବୁଝୀ କରି ରାସ୍ତା ପରିଚାଳନା କରିଥିଲେ |