ମନପୁରମ ଫାଇନାନ୍ସରେ ଆଜି ଦୁର୍ବୁତ୍ତମାନେ ଲୁଟ କରିଛନ୍ତି । ସମ୍ବଲପୁରରେ ରହିଥିବା ମନପୁରମ ଫାଇନାନ୍ସ କଂପାନୀରେ ଦୂର୍ବତ ମାନେ ଲୁଟ କରିବାରେ ସଫଳ ହେଇଛନ୍ତି। ଦୁର୍ବୁତ୍ତମାନେ ବାହାର ରାଜ୍ୟରୁ ଆସିଥିବା ଜଣା ପଡିଛି। ଲୁଟେରା ମାନେ ସମସ୍ତେ ସ୍ପୀଡ଼ ବାଇକରେ ଲୁଟ କରିବାକୁ ଆସିଥିବାର ସୂଚନା ମିଳିଛି । ୬ ଜଣ ଲୁଟେରା ଲୁଟ କାର୍ଯ୍ୟରେ ସାମିଲ ଅଛନ୍ତି ଫାଇନାନ୍ସ କର୍ମଚାରୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।
ଦୁର୍ବୁତ୍ତ ମାନେ କିପରି କରିଥିଲେ ଚୋରି ?
ଫାଇନାନ୍ସ କମ୍ପାନୀର ମହିଳା କର୍ମଚାରୀ ଆଜି ସକାଳେ କବାଟ ଖୋଲିଥିବା ବେଳେ ୩ ଜଣ ଦୂର୍ବତ ଭିତରକୁ ପଶିଆସିଥିଲେ ଏବଂ ପାଟି କଲେ ଗୁଳି କରିବାର ଧମକ ମଧ୍ୟ୍ୟ ଦେଇଥିଲେ । ଏବଂ ସମସ୍ତ ଫାଇନାନ୍ସ କର୍ମଚାରୀଙ୍କୁ ଗୋଟେ ରୁମରେ ବନ୍ଦ କରି ଏବଂ ଲକର ଚାବି ନେଇ ସମସ୍ତ ସୁନା ,ଟଙ୍କା ସବୁ ଚୋରି କରି ନେଇଛନ୍ତି । ୨୫ ରୁ ୩୦ କେଜି ସୁନା ଓ ୪ ଲକ୍ଷରୁ ଅଧିକ ଟଙ୍କା ଲୁଟ କରି ଫେରାର ଅଛନ୍ତି ଦୂର୍ବତ ମାନେ। । ପୋଲିସ କର୍ତ୍ତୃପକ୍ଷ ଲୁଟେରା ମାନଙ୍କୁ ଧରିବା ପାଇଁ ସମସ୍ତ ରାସ୍ତାରେ ଚେକିଂ କାର୍ଯ୍ୟ କରୁଛନ୍ତି ।