ସରକାରୀ ଉଚ୍ଚ ବିଦ୍ୟାଳୟରୁ ମଧ୍ୟ୍ୟାନ ଭୋଜନ ଚାଉଳ ଚୋରି ?

ସରକାରୀ ଉଚ୍ଚ ବିଦ୍ୟାଳୟରୁ ମଧ୍ୟ୍ୟାନ ଭୋଜନ ଚାଉଳ ଚୋରି । ବୈପାରୀ ଗୁଡ଼ାର ସରକାରୀ ବିଦ୍ୟାଳୟରେ ଚାଉଳ ବସ୍ତା ଚୋରି ଖବର ସାମ୍ନାକୁ ଆସିଛି । ମଧ୍ୟ୍ୟାନ ଭୋଜନର ସମସ୍ତ ଦାୟିତ୍ୱ ଏସଏସଡି ଗୃପ ମହିଳା ମାନଙ୍କୁ ଦିଆଯାଇଛି । ସରକାରୀ ସ୍କୁଲରୁ ୧୩ ବସ୍ତା ଚାଉଳ ଚୋରି ହୋଇଥିବା ସୂଚନା ମିଳୁଛି । ଚାଉଳ ବସ୍ତା ଚୋରି କରିଥିବା ଦୁର୍ବୁତ୍ତ ମାନଙ୍କ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରିନାହିଁ । ଏବଂ ଆଜି ମଧ୍ୟ୍ୟାନ ଭୋଜନ ରୋଷେଇ କରିବା ପାଇଁ ଷ୍ଟୋର ରୁମ୍କୁ ଯିବାବେଳେ ଷ୍ଟୋର ରୁମ ଖୋଲାରହିଥିବା ଦେଖିଥିଲେ ସ୍କୁଲ କର୍ମଚାରୀ । ଏବଂ ୧୩ ବସ୍ତା ଚାଉଳ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି | ସ୍କୁଲ କର୍ତ୍ତୃପକ୍ଷ ରାମଗିରି ଫାଣ୍ଡି ପୋଲିସ ଷ୍ଟେସନରେ ଅଭିଯୋଗ ମଧ୍ୟ କରିଥିଲେ । ଘଟଣା ସ୍ଥଳରେ ପୋଲିସ କର୍ମଚାରୀ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରୁଛି ।

Odia Khabar

Leave a Comment