ସୁନ୍ଦରଗଡ଼ରେ ମହିଳଙ୍କୁ ଗୁଳି କରି ହତ୍ୟା

ସୁନ୍ଦରଗଡ଼ରେ ମହିଳଙ୍କୁ ଗୁଳି କରି ହତ୍ୟା କରାଯାଇଛି ଗତ ଗୁରୁବାର ଦିନ ରାତିରେ ମହିଳା ଜଣକ ମୁର୍ତ୍ୟୁ ବରଣ କରିଥିଲେ ଏବଂ ମହିଳାଙ୍କ ସ୍ୱାମୀଙ୍କ କହିବା ଅନୁଯାଇ କିଛି ଦୁର୍ବୃତ ଘରେ ଚୋରି କରିବାକୁ ଆସି ସୁନା ଗହଣା ସବୁ ନେଇଯାଇଥିଲେ ଏବଂ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଏବଂ ପୋଲିସ ସ୍ୱାମୀଙ୍କ ବୟାନ ଶୁଣି ସାରିଲା ପରେ ତଦନ୍ତ କାର୍ଯ୍ୟ ଜାରି ରଖିଥିଲେ । ଆଜି ରାଉରକେଲା ପୋଲିସ ମୁଖ୍ୟ ତଥ୍ୟରୁ ଜଣିପାରିଛି ମହିଳାଙ୍କୁ ଦୁର୍ବୃତ୍ତ ମାନେ ନୁହେଁ ବରଂ ତାଙ୍କରି ନିଜ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି ।

Screenshot 2024 12 14 104021
ଫୁଟା ଯାଇଥିବା ଗୁଳି

ସ୍ୱାମୀ ନେଜେ ଷଡଯନ୍ତ୍ର କରି ନିଜ ସ୍ତ୍ରୀ କୁ ହତ୍ୟା କଲା (ସୁନ୍ଦରଗଡ଼ରେ ମହିଳଙ୍କୁ ଗୁଳି କରି ହତ୍ୟା)

ଘଟଣାର ତଦନ୍ତ କରି ପୋଲିସ ନୃଶଂସ ସ୍ୱାମୀକୁ ଧରିଛି ସ୍ୱାମୀ ନେଜେ ଷଡଯନ୍ତ୍ର କରି ନିଜ ସ୍ତ୍ରୀ କୁ ହତ୍ୟା କଲା ଏବଂ ଘଟଣାକୁ ଲୁଟ ଏବଂ ଚୋରି ଘଟିଥିବାର ପୋଲିସ କବଳରୁ ନିଜକୁ ବଞ୍ଚେଇବାକୁ ଯାଇ ବହୁତ ଭଲ ଅଭିନୟ କରିଥିଲା । ହତ୍ୟାରେ ବ୍ୟବହାର କରାଯାଇଥିବା ବନ୍ଧୁକ, ଗୁଳି, ସ୍କୋର୍ପିଓ ଗାଡି କୁ ଜବତ କରିଛି ପୋଲିସ । ସ୍ୱାମୀ ଜଣକ ବିବାହ ପୂର୍ବରୁ ଜଣେ ମହିଳାଙ୍କୁ ଭଲ ପାଈଥିଲେ ଏବଂ ସେଥି ପାଇଁ ଘରେ ସବୁବେଳେ ସ୍ତ୍ରୀ ସାଙ୍ଗରେ ପାଟିତୁଣ୍ଡ କରିଥିଲେ ଏବଂ ସେଥି ପାଇଁ ଏଭଳି ଏକ ଜଘନ୍ୟ ଅପରାଧ କରିଛନ୍ତି । ମହିଳାଙ୍କ ବାପା ଅପରାଧୀକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ।

Our Channel Odia Khabar

Leave a Comment