ହଷ୍ଟେଲ ଭିତରୁ ନବମ ଶ୍ରେଣୀ ଛାତ୍ରୀଙ୍କ ମୂର୍ତ ଦେହ ଉଦ୍ଧାର ?

ହଷ୍ଟେଲ ଭିତରୁ ନବମ ଶ୍ରେଣୀ ଛାତ୍ରୀଙ୍କ ମୂର୍ତ ଦେହ ଉଦ୍ଧାର | ଘଟଣାଟି ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ଏଭଳି ଏକ ଦୁଃଖଦ ଖବର ଘଟିଥିବା ସୂଚନା ମିଳୁଛି | ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସୁଛି | ଗତକାଲି ବିଦ୍ୟାଳୟରେ ଏକ ଅଭିଭାବକ ମିଟିଂ ହୋଇଥିଲା ସେ ମିଟିଂରେ ଛାତ୍ରୀ ଜଣକ ପରିବାର ମଧ୍ୟ ଯୋଗଦେଇଥିଲେ | ପରିବାର ଲୋକ ଝିଅ ସଂଗେ ଦେଖାକରି ଅପରାହ୍ନରେ ଘରକୁ ଫେରିଯାଇଥିଲେ | ଏବଂ ସନ୍ଧ୍ୟାରେ ବିଦ୍ୟାଳୟର ପ୍ରାଥନା ସମୟରେ ଛାତ୍ରୀ ଜଣକ ଉପସ୍ଥିତ ରହିନଥିବା ବେଳେ ଛାତ୍ରୀ ଜଣକୁ ସଂଗେ ସଂଗେ ଖୋଜାଖୋଜି କରିବା ଆରମ୍ଭ ହୋଇଥିଲା | ହଷ୍ଟେଲର ତୃତୀୟ ମହଲାର ବାଲକୋନୀରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା | ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ | ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ କାର୍ଯ୍ୟ ଆରମ୍ଭ କରୁଛି |

Odia Khabar

Leave a Comment