ହୋଟେଲରେ ଗୋମାଂସ ଅଭିଯୋଗରେ ହୋଟେଲ ସିଲ | ଘଟଣାଟି ଭୁବନେଶ୍ୱର ଜାତୀୟ ରାଜପଥ ସତ୍ୟବାଦୀ କଲେଜ ନିକଟରେ ରହିଥିବା ଜୟା ହୋଟେଲ ସିଲ ହୋଇଛି | ବେଆଇନ ଗୋମାଂସ ଅଭିଯୋଗରେ ହୋଟେଲ ସରକାର ହୋଟେଲ ସିଲ କରିଥିବା ସୂଚନା ମିଳୁଛି | ଘଟଣାର ତଦନ୍ତ ପାଇଁ ପୋଲିସ କର୍ମଚାରୀଙ୍କୁ ଅନୁମତି ଦିଆଯାଇଛି | ସୂଚନା ଅନୁଯାଇ ଜୟା ହୋଟେଲ ମାଲିକ ଜଣକ ଗୋମାଂସ କିଣୁଥିବା ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଜୋରେ ଭାଇରଲ ହୋଇଥିବା ଜଣାପଡୁଛି | ଏବଂ ବେପାରୀ ଜଣକ ଗୋମାଂସ ହୋଟେଲ ମାଲିକଙ୍କୁ ବିକ୍ରି କରି କହିଥିବା ସୂଚନା ମିଳୁଛି | ଘଟଣାର ସତ୍ୟତା ଲୋକମାନଙ୍କ ନିକଟରେ ଆସିବା ପରେ ଲୋକମାନେ ଖୁବ ଅସନ୍ତୋଷ ପ୍ରକାଶ କରିଛନ୍ତି | ହୋଟେଲ ପୋଲିସ କର୍ମୀଙ୍କ ଦ୍ୱାରା ସିଲ ହେବ ସହ ହୋଟେଲ ରହିଥିବା ସମସ୍ତ ଖାଦ୍ୟ ଯାଞ୍ଚ କରିବା ପାଇଁ ପଠାଯାଇଛି | ଗୋ ଚାଲାଣ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହବ ବୋଲି ପୁରୀ ପୋଲିସ ସୂଚନା ଦେଇଛନ୍ତି |