୯ମ ଓ ୧୦ମ ପିଲାଙ୍କୁ ମିଳିବ ସ୍କୁଲରେ ମଧ୍ୟାହ୍ନ ଭୋଜନ | କଟକରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୁବିଧା ସବୁବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛୁଆଙ୍କ ପାଇଁ ରଖାଯାଇଥିଲା | କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ ବୋଲି ଘୋଷଣା କରିଛନ୍ତି | ମୋହନ ଚରଣ ମାଝୀ କହୁଛନ୍ତି ପୂର୍ବତନ ସରକାର ଥିବାବେଳେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନର ସୁବିଧା ରଖାଯାଇଥିଲା | ହେଲେ ଆମ ସରକାର ହେଲା ଲୋକଙ୍କ ସରକାର ଏ କଥାକୁ ଗୁରୁତ୍ୱ ଦେଇ ଗତ କ୍ୟାବିନେଟ ବୈଠକରେ ନିଷ୍ପତି ନେଇଛନ୍ତି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି ଘୋଷଣା କରିଛନ୍ତି |