ବଜ୍ରପାତରେ ୨ ଜଣ ମୁର୍ତ୍ୟୁ ବରଣ କରିଛନ୍ତି | ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗିରହିଥିବା ବେଳେ ଆଜି ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ବିଜୁଳି ଓ ଘଡଘଡି ଦେଖିବାକୁ ମିଳିଥିଲା | ଆଜି ବଜ୍ରପାତରେ ୨ ଜଣକ ଜୀବନ ଚାଲିଯାଇଥିବା ସୂଚନା ମିଳୁଛି | ଘଟଣାଟି ବଲାଙ୍ଗୀର ଜିଲ୍ଲାରେ ଘଟିଥିବା ସୂଚନା ମିଳୁଛି |ବଲାଙ୍ଗୀରର ୨ ଜଣ ବ୍ୟକ୍ତି ବଜ୍ରପାତରେ ପ୍ରାଣ ହରାଇଛନ୍ତି | ୨ ଜଣ ମୁର୍ତ୍ୟୁ ବ୍ୟକ୍ତି ହେଉଛନ୍ତି ଜଣେ ଛେଳି ଚରାଉଥିବା ମହିଳା ଏବଂ ଅନ୍ୟ ଜଣେ ଟ୍ରାକ୍ଟର ଚାଳକ ଯୁବକ ଜଣକ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ୨ ଜଣଙ୍କର ପରିଚୟ ସମ୍ପୂର୍ଣ ଭାବେ ମିଳିନଥିବା ଜଣାପଡିଛି ରାଜ୍ୟରେ ଆସନ୍ତା ୩ , ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ ସହ ବିଜୁଳି ଓ ଘଡଘଡି ହେବା ନେଇ ସତର୍କ ସୂଚନା ଜାରିକରିଛି ପାଣିପାଗ ବିଭାଗ |