ଚେନ୍ନାଇରେ ପିଟି ପିଟି ମାରିଦେଲେ ଓଡିଶାର ଜଣେ ଶ୍ରମିକଙ୍କୁ | ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ ମଧୁସୂଦନ ନାୟକ ସେଠି କିଛି ଯୁବକ ତାଙ୍କୁ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳୁଛି | କେନ୍ଦୁଝର ଘସିପୁରା ଥାନା କୁମୁଣିଆ ଗାଁର ମଧୁସୂଦନ ନାୟକ ଦୀର୍ଘ ବର୍ଷ ଧରି ଚେନ୍ନାଇ ଦାଦନ ଖଟିବାକୁ ଯାଇଥିଲେ | ହେଲେ ସେଠାକାର କିଛି ଦୁର୍ବୁତାମାନେ ମଧୁସୂଦନ ନାୟକଙ୍କୁ ହାତ ଗୋଡ ବାନ୍ଧି ପିଟି ପିଟି ହତ୍ୟା କରିଥିବା ଜଣାପଡିଛି | ଗତ ମଙ୍ଗଳ ବାରଦିନ ମଧୁସୂଦନ ନାୟକ ମୁର୍ତ୍ୟୁ ଖବର ପରିବାର ଲୋକ ପାଇଥିଲେ | ଅର୍ଥ ଅଭାବ ଯୋଗୁ ପରିବାର ଲୋକ ନିଜ ପୁଅର ମୂର୍ତ ଶରୀର ଆଣିପାରିନଥିଲେ ପରିବାର ଲୋକ ପ୍ରଶାସନ ସାହାଯ୍ୟ ମାଗିଥିଲେ ମଧ୍ୟ ନିରାଶ ହୋଇଥିଲେ | ଅର୍ଥ ଅଭାବଯୋଗୁ ଚେନ୍ନାଇରେ ମଧୁସୂଦନ ନାୟକ ମୂର୍ତ ଶରୀର ପୋଡିଦିଆଯାଇଥିବା ସୂଚନା ମିଳୁଛି |