କାଠଯୋଡିରେ ବୁଡି ୨ ଜଣ ଯୁବକ ମୂର୍ତ ?

କାଠଯୋଡିରେ ବୁଡି ୨ ଜଣ ଯୁବକ ମୂର୍ତ | ଘଟଣାଟି କଟକ କାଠଯୋଡ଼ି ମହାନଦୀରେ ଏଭଳି ଏକ ଦୁଖଦ ଘଟଣା ଶୁଣିବାକୁ ମିଳୁଛି | ୨ ଜଣ ଯୁବକ ପାଣିରେ ବୁଡି ମୁର୍ତ୍ୟୁ କରିଥିବା ସୂଚନା ମିଳୁଛି | ଆଜି ୪ ଜଣ ଯୁବକ କାଠଯୋଡ଼ିକୁ ଗାଧେଇବାକୁ ଆସିଥିବା ବେଳେ ସେଥିରେ ୨ ଜଣ ଯୁବକ ପାଣିରେ ବୁଡି ମୁର୍ତ୍ୟୁ ବରଣ କରିଛନ୍ତି | ୨ ଜଣ ଯୁବକ ନଦୀରେ ଗାଢଉଥିବା ବେଳେ ଅନ୍ୟ ଦୁଇ ଜଣ ବ୍ରିଜ ଉପରେ ବସିରହିଥିଲେ | ୨ ଜଣ ଯୁବକଙ୍କୁ ବୁଡି ଯିବାର ଦେଖି ସାଙ୍ଗ ଦୁଇ ଜଣ ଅଗ୍ନିଶମ ବାହିନୀକୁ ଖବର ପଠାଇଥିଲେ | ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଟିମ ପହଞ୍ଚି ୨ ଜଣ ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ | ଜଣେ ଯୁବକଙ୍କ ମୂର୍ତ ଶରୀର ମିଳିଥିବା ବେଳେ | ଅନ୍ୟ ଜଣ ଯୁବକଙ୍କ ସନ୍ଧାନ ମିଳିପାରିନଥିଲା | ଅଗ୍ନିଶମ ବାହିନୀ ଟିମ ଯୁବକଙ୍କୁ ଖୋଜିବାରେ ଲାଗିଥିବା ସୂଚନା ମିଳୁଛି |

Odia Khabar

Leave a Comment