ରାଜ୍ୟରେ ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଲାଗିରହିବ ବର୍ଷା ?

ରାଜ୍ୟରେ ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଲାଗିରହିବ ବର୍ଷା | ଓଡିଶା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳୁଛି | ରାଜ୍ୟରେ ସମସ୍ତ ଜିଲ୍ଲା ଗୁଡିକରେ ବର୍ଷା ଲାଗିରହିଥିବ ନେଇ ଜଣାପଡିଛି | ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅନେକ ଜିଲ୍ଲା ଗୁଡିକୁ ସତର୍କ ସୂଚନା ଜାରିକରିଛି ପାଣିପାଗ ବିଭାଗ | ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଅନେକ ଜିଲ୍ଲା ଗୁଡିକରେ ବର୍ଷା ହେବା ନେଇ ୧୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରିକରିଛି ପାଣିପାଗ ଵିଭବିଭାଗ | ରାଜ୍ୟରେ ସତର୍କ ସୂଚନା ଜାରିକରଯାଇଥିବା ୧୬ଟି ଜିଲ୍ଲା ହେଉଛି କେନ୍ଦୁଝର, ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷିବ ।

Odia Khabar

Leave a Comment