ପଥର ଖଣି ଭୁଶୁଡ଼ିବାରୁ ୧୦ ଶ୍ରମିକ ମୂର୍ତ ?

ପଥର ଖଣି ଭୁଶୁଡ଼ିବାରୁ ୧୦ ଶ୍ରମିକ ମୂର୍ତ | ଘଟଣାଟି ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶର ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳୁଛି | ଶୁକ୍ରବାର ଦିନ ପଥର ଖଣିରେ ଏକ ବଡ଼ ପଥର ଭୁଶୁଡ଼ି ପଡିବାରୁ ଏଭଳି ଏକ ଘଟଣା ଘଟିଛି । ଏକ ବହୁତ ବଡ ଦୃଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଶ୍ରମିକ ନିଖୋଜ ରହିଥିବା ସୂଚନା ମିଳୁଛି । ପୋଲିସଙ୍କ କହିବା ଅନୁଯାଇ ଖଣିର ଉପର ଅଂଶ ହଠାତ୍ ପଥର ଭୁଶୁଡ଼ି ପଡ଼ିବାରୁ ଦୁର୍ଘଟଣା ଘଟିଛି ଯେଉଁଥିରେ ୧୦ ଶ୍ରମିକ ମୁର୍ତ୍ୟୁ କରିଥିବା ବେଳେ ୬ ଶ୍ରମିକ ଘଟଣା ସ୍ଥଳରେ ନିଖୋଜ ଅଛନ୍ତି । ଦୃଘଟଣା ସ୍ଥଳରେ ଉଦ୍ଧାରକାରି ଟିମ ୧୨ ଜଣ ଆହତଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି | ଏବଂ ସେମାନଙ୍କ ମଧ୍ୟରୁ କିଛି ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି | ଆହତ ଶ୍ରମିକ ମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ପୋଲିସ ଖଣି କିପରି ଭୁସୁଡ଼ିଥିଲା ତାର ତଦନ୍ତ କାର୍ଯ୍ୟ କରୁଅଛି |

Odia Khabar

Leave a Comment