ପାରାଦୀପ ସମୁଦ୍ରରେ ଗାଢଉଥିବା ବେଳେ ୮ ଜଣ ଯୁବକ ନିଖୋଜ | କେନ୍ଦ୍ରାପଡ଼ାରୁ ୮ ଜଣ ଯୁବକ ପାରାଦୀପ ସମୁଦ୍ରକୁ ଗାଧେଇବାକୁ ଆସିଥିବା ବେଳେ ସମସ୍ତ ଯୁବକ ପାଣିରେ ବୁଡି ନିଖୋଜ ରହିଥିବା ସୂଚନା ମିଳୁଛି | ୮ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ କେନ୍ଦ୍ରାପଡା କଲେଜ ଛାତ୍ର ବୋଲି ଜଣାପଡିଛି ଏବଂ ତାଙ୍କ ଭିତରୁ ଜଣକ ନାଁ ଅମନ ବୋଲି ସୂଚନା ମିଳୁଛି | ସମସ୍ତ ଯୁବକଙ୍କୁ ଖୋଜାଖୋଜି ପ୍ରକ୍ରିୟା ଚାଲିଛି | ଘଟଣାଟି ପାରାଦୀପର ଲାଇଟ ହାଉସ ବେଳାଭୂମିରେ ୮ ଜଣ ଯୁବକ ଗଢୁଥିବା ବେଳେ ବୁଡ଼ିଯାଇଛନ୍ତି | ସମୁଦ୍ରରେ ସେଠି ସମସ୍ତ ଲୋକମାନଙ୍କୁ ଗାଧେଇବା ପାଇଁ ମନା କରିବା ସତ୍ୱେ ମଧ୍ୟ ଏବଂ ବୋର୍ଡ଼ ଲାଗିଥିଲେ ମଧ୍ୟ ଲୋକମାନେ ଅଣଦେଖା କରି ସମୁଦ୍ରକୁ ଗାଧେଇବାକୁ ଯାଇ ମୁର୍ତ୍ୟୁ ବରଣ କରୁଛନ୍ତି |