ମହାନଦୀରେ ଗାଢଉଥିବା ବେଳେ ନାବାଳିକା ଜଣକ ନିଖୋଜ | ଏଭଳି ଏକ ଦୁଃଖଦ ଘଟଣା ବାଙ୍କୀ ଅଞ୍ଚଳର କଇମୁଣ୍ଡି ଗାଁରେ ଘଟିଥିବା ସୂଚନା ମିଳିଛି | ମହାନଦୀରେ ଗାଧେଇବାକୁ ଯାଇଥିବା ବେଳେ ଏକ ବହୁତ ବଡ ଅଘଟଣ ଘଟିଛି | ମହାନଦୀକୁ ଗାଧେଇବାକୁ ବଡବାପା ସହ ୩ ଜଣ ପୁତୁରା ଓ ୧ ଝିଆରୀ ଯାଇଥିଲେ | ପିଲାମାନେ ପାଣିରେ ଗାଢଉଥିବା ବେଳେ ୪ ଜଣ ପିଲା ପାଣିରେ ବୁଡିଯାଇଥିଲେ | ବଡବାପା ୩ ଜଣ ପୁତୁରାକୁ ପାଣିରେ ବୁଡିଯିବାର ଦେଖି ୩ ଜଣକୁ ଉଦ୍ଧାର କରିଥିଲେ | ଏବଂ ସେତେବେଳେକୁ ନାବାଳିକା ଝିଆରୀ ଜଣକ ପାଣିରେ ବୁଡ଼ିଯାଇଥିବାରୁ ତାକୁ ଉଦ୍ଧାର କରିପାରିନଥିଲେ | ଉଦ୍ଧାର କରିଥିବା ୩ ଜଣ ପିଲାଙ୍କୁ ବାଙ୍କୀ ମେଡିକାଲକୁ ସଂଗେ ସଂଗେ ସ୍ଥାନାନ୍ତରିତ କରାଯାଇଥିଲା | ନାବାଳିକା ଜଣକ ମହାନଦୀରେ ବୁଡି ନିଖୋଜ ହୋଇଯାଇଥିଲେ ଏବଂ ସେତେବେଳକୁ ଗାଁ ଲୋକମାନେ ଖବର ପାଇଁ ବଡବାପାଙ୍କ ସହ ଖୋଜାଖୋଜି କରିବାସତ୍ୱେ ମଧ୍ୟ ନାବାଳିକା ଜଣକୁ କିଛି ସନ୍ଧାନ ମିଳିପାରିନଥିଲା | ଅଗ୍ନିଶମ ବାହିନୀ ଖବର ପାଇଁ ଘଟଣା ସ୍ଥଳରେ ପହଁଚି ଖୋଜାଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନାବାଳିକା କୌଣସି ସନ୍ଧାନ ମିଳିନାହିଁ | ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି |