ଟ୍ରେନରୁ ଖସିପଡି ୫ ଯାତ୍ରୀ ମୁର୍ତ୍ୟୁ ?

ଟ୍ରେନରୁ ଖସିପଡି ୫ ଯାତ୍ରୀ ମୁର୍ତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ଘଟିଥିବା ସୂଚନା ମିଳୁଛି । ଚଳନ୍ତା ଟ୍ରେନରୁ ଖସିପଡି ୫ ଜଣ ଯାତ୍ରୀ ମୁର୍ତ୍ୟୁ କରିଥିବା ବେଳେ ୧୦ ରୁ ୧୨ ଜଣ ଯାତ୍ରୀ ଟ୍ରେନରୁ ଖସିପଡି ଆହତ ହୋଇଛନ୍ତି | ରେଳ କର୍ମଚାରୀଙ୍କ କହିବା ଅନୁଯାଇ ୧୦-୧୨ ଜଣ ଟ୍ରେନରୁ ଖସିପଡିଥିଲେ । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅତ୍ୟଧିକ ଗୁରୁତର ହୋଇଥିବା ଜଣାପଡିଛି | ଟ୍ରେନରେ ପ୍ରବଳ ଭିଡ ରହିଥିବାରୁ ଟ୍ରେନ ଡୋରରେ ଅନେକ ଯାତ୍ରୀ ଓହଳି ଯାତ୍ରା କରୁଥିଲେ | ହେଲେ ଦୃଭାଗ୍ୟ ବସତ ଟ୍ରେନ ଡୋର ପାଖରେ ରହିଥିବା କିଛି ଯାତ୍ରୀ ଖସିପଡିଥିଲେ ଏବଂ ଯାହାଫଳରେ ଘଟଣା ସ୍ଥଳରେ ୫ ଜଣ ଯାତ୍ରୀ ମୁର୍ତ୍ୟୁ ବରଣ କରିଥିବା ବେଳେ | ୧୦ରୁ ଉର୍ଧ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି | କିଛି ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇଥିବାରୁ ମୁର୍ତ୍ୟୁ ସଂଖ୍ୟା ଆଗକୁ ବଢିବା ଜଣାପଡିଛି | ସମସ୍ତ ଗୁରୁତର ଯାତ୍ରୀଙ୍କୁ ମେଡିକାଲରେ ଚିକିର୍ଷା କାର୍ଯ୍ୟ ଚାଲୁଅଛି |

Odia Khabar

Leave a Comment