ରାଜ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ପୁଣିଥରେ ଦେଖିବାକୁ ମିଳିଛି ?

ରାଜ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ପୁଣିଥରେ ଦେଖିବାକୁ ମିଳିଛି। ରାଜ୍ୟରେ ପୁଣିଥରେ ବର୍ଷା ହେବା ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଓ୍ବାର୍ନିଂ ଦିଆଯାଇଛି | ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଥିବା ଜିଲ୍ଲା ଗୁଡିକ ହେଲା ମୟୁରଭଞ୍ଜ , କେନ୍ଦୁଝର , ଅନୁଗୁଳ | ଏବଂ କିଛି କିଛି ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ବିଜୁଳି ଓ ଘଡଘଡି ଦେଖିବାକୁ ମିଳିବ | ରାଜ୍ୟରେ ଅସହ୍ୟ ଗରମକୁ ଗୁଳୁଗୁଳି ଲାଗିରହିଛି | ଆଜି ଦିନ ୧୧ଟା ବେଳ ସୁଧା ହୀରାକୁଦରେ ୩୭ .୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି , ଚାନ୍ଦବାଲିରେ 36.୪ ଡିଗ୍ରୀ , ପୁରୀରେ ୩୬ ଡିଗ୍ରୀ , ଏବଂ ବାଲେଶ୍ୱରରେ 35. ଡିଗ୍ରୀ , ଭୁବନେଶ୍ୱରରେ 35.୪ ଡିଗ୍ରୀ ରେକର୍ଡ ହୋଇଛି |

Odia Khabar

Leave a Comment