ରଥଯାତ୍ରାରେ ଭକ୍ତ ମାନଙ୍କୁ ମାଗଣା ଅଟୋ ରିଷ୍କା ସୁବିଧା | ରଥଯାତ୍ରା ସମୟରେ ପୁରୀରେ ଲକ୍ଷ ଲକ୍ଷ ଭକ୍ତ ମାନଙ୍କ ଭିଡ ଲାଗିରହିଥିବା ବେଳେ ଭକ୍ତ ମାନଙ୍କର ସୁବିଧା ଦୃଷ୍ଟିରୁ ସମସ୍ତଙ୍କ ପାଇଁ ବସଷ୍ଟାଣ୍ଡରୁ ପୁରୀ ବଡଦାଣ୍ଡ ପର୍ଯ୍ୟନ୍ତ ମାଗଣାରେ ଅଟୋ ରିଷ୍କା ସେବା ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୁଚନା ଦେଇଛନ୍ତି | ପୁରୀରେ ରଥଯାତ୍ରା ନିମନ୍ତେ ଦ୍ୱତୀୟ ସମୁନୟ ବୈଠକରେ ମାଗଣାରେ ଅଟୋ ରିଷ୍କା ସେବାର ନିଷ୍ପତି ନିଆଯାଇଥିଲା | ଲୋକମାନଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ୩୦୦ ଡାକ୍ତରଙ୍କୁ ନିୟୋଜିତ କରିବା ନିମନ୍ତେ ମନ୍ତ୍ରୀ ସୂଚନା ଦେଉଛନ୍ତି | ଏବଂ ପୁରୀ ଜିଲ୍ଲା ମୁଖ୍ୟ ଚିକିର୍ଷାଳୟରେ ଆଇସିୟୁର ବ୍ୟବସ୍ଥା କରାଯାଇଛି | ଡାକ୍ତର ମୁକେଶ ମହାଲିଙ୍ଗ କହିଛନ୍ତି ଯେଉଁ ଲୋକମାନଙ୍କଠାରେ କୋଭିଡି ଲକ୍ଷଣ ରହିଥିବା ଅନୁଭବ କରୁଛନ୍ତି ସେମାନେ ରଥଯାତ୍ରାକୁ ନଆସିବା ଭଲ ମାସ୍କ ପିନ୍ଧି ରହିବ ପାଇଁ ମନ୍ତ୍ରୀ କହିଛନ୍ତି |