ଧାରଣାରେ ବସିଲେ ମିଶନ ଶକ୍ତି ମହିଳା ଆଜି ବି ଧାରଣାରେ ବସିଛନ୍ତି ମିଶନ ଶକ୍ତି ମହିଳା ନବୀନ ସରକାରଙ୍କ ସମୟରେ ମିଶନ ଶକ୍ତି ମହିଲା ସଂଘ ପ୍ରତିଷ୍ଠା ହୋଇଥିଲା । ଏବେ ଦୀର୍ଘ ୯ ମାସ ହବ ଦରମା ପାଇନଥିବାରୁ ଭୁବନେଶ୍ୱରରେ ହଜାର ହାଜର ମିଶନ ଶକ୍ତି ମହିଳା ୩ ଦିନ ହବ ଧାରଣାରେ ବସିଛନ୍ତି ଏବଂ ଯେ ପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ହେଇନି ସେ ପର୍ଯ୍ୟନ୍ତ ଧାରଣା ରେ ବସି ରହିବେ ବୋଲି କହିଛନ୍ତି ମହିଳା ମାନେ ଏବଂ ବିଜେଡି ଏବଂ କଂଗ୍ରେସ ନେତାମାନେ ସରକାର ମହିଳା ମାନଙ୍କ ଦରମା ଟଙ୍କା ବନ୍ଦ କରିଥିବା ଷଡ଼ଯନ୍ତ୍ର କରିଛନ୍ତି ବୋଲି ବିଜେପି ନେତାମାନେ କହିଛନ୍ତି । ବିଧାନସଭାରେ ଏ ପ୍ରସଙ୍ଗକୁ ନେଇ ଗୁରୁତ୍ୱ ପୁର୍ଣ ବୈଠକ ଡକାଯାଇଥିଲା ଗତକାଲି ଏବଂ ବିଜେପି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ମହିଳା ମନକୁ କେହିବି ବିଭ୍ରାନ୍ତ କରିବା ଚେଷ୍ଟା କରନ୍ତୁ ନାହିଁ । କାହା କଥାରେ ପଡି ରାସ୍ତାରେ ଗଡ଼ିବା କିଛି ଆବଶ୍ୟକତା ନାହିଁ ମହିଳାଙ୍କ ସ୍ୱାର୍ଥରେ ଯାହା ଉଚିତ ତାହା ଆମେ ପଦକ୍ଷପ ନବୁ ବୋଲି କହିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ପୃବରୁ ବିଜେଡି ସରକାରଙ୍କ ସମୟରେ ମିଶନ ଶକ୍ତି ମହିଳା ମାନଙ୍କ ୩ ମାସର ଦରମା ଟଙ୍କା ବନ୍ଦ ରହିଥିଲା ଏବେ ବିଜେପି ସରକାର ୬ ମାସ ହବ ଦରମା ଟଙ୍କା ଦେଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।
ସରକାରଙ୍କ ସୁଭଦ୍ରା ଯୋଜନା ଏବଂ ସରକାରଙ୍କ ସବୁ କାର୍ଯ୍ୟ କରି ଆସିଛନ୍ତି ବୋଲି କହିଛନ୍ତି ଏବଂ ସରକାର ସେମାନଙ୍କୁ ଅଣଦେଖା କରିଛନ୍ତି ଏବଂ ସବୁ ବିଭାଗରେ ଦୌଡ଼ି ଦୌଡ଼ି ନିରାଶ ହେବ ପରେ ଏବେ ମିଶନ ଶକ୍ତି ମହିଳାମାନେ ବାଧ୍ୟ୍ୟ ହୋଇ ଆନ୍ଦୋଳନରେ ବାହାରିଛନ୍ତି ।
ଧାରଣାରେ ବସିଲେ ମିଶନ ଶକ୍ତି ମହିଳା