ଆଜିଠୁ ଦିନ ଛୋଟ ରାତି ବଡ |

ଆଜିଠୁ ଦିନ ଛୋଟ ରାତି ବଡ | ଆଜି ଭୁବନେଶ୍ୱରରେ ଦିନ ଛୋଟ ଦେଖିବାକୁ ମିଳିବ ଆଜି ବର୍ଷର ଦିନ ଛୋଟ ରାତି ବଡ଼ ହେବାର ସୂଚନା ମିଳିଛି | ଅଜିଠୁ ଦିନ ଛୋଟ ରାତି ବଡ | ଆଜି ଶନିବାର ଦିନର ସମୟ ୧୦ ଘଣ୍ଟା ୫୪ ମିନଟ ୨୪ ସେକେଣ୍ଡ ରହିବ ଏବଂ ରାତ୍ରିର ସମୟ ୧୩ ଘଣ୍ଟା ୫ ମିନିଟ ୩୬ ସେକଣ୍ଡ ରହିବ | ଏହା ପ୍ରତ୍ୟକ ବର୍ଷ ଡ଼ିସେମ୍ବର ୨୨ କିମ୍ବା ୨୩ ତାରିଖରେ ଦେଖାଯାଇଥାଏ ଦିନ ଛୋଟ ରାତି ବଡ ହୋଇଥାଏ |

କାହିଁକି ଦିନ ବଡ ରାତି ଛୋଟ ହୁଏ

ଏହା ଡିସେମ୍ବର ୧୫ ରୁ ୨୭ ତାରିଖରୁ ୧୨ ଦିନ ପର୍ଯ୍ୟନ୍ତ ରହିଥାଏ | ଏହା ବର୍ଷର ପ୍ରତ୍ୟକ ଡ଼ିସେମ୍ବର ମାସରେ ଦେଖାଦିଏ ସୁନ୍ଦରଗଡରେ ଦିନର ଅବଧି କମ ରହିଥଏ ସୁନ୍ଦରଗଡରେ ଦିନ ଅବଧି ୧୦ ଘଣ୍ଟା ୪୭ ମିନିଟ ରହିବ ଏବଂ ମାଲକାନଗିରିରେ ଦିନର ଅବଧି ୧୧ ଘଣ୍ଟା ୧ ମିନଟ ରହିବ ଦିଲ୍ଲୀରେ ଦିନର ଅବଧି ୧୦ ଘଣ୍ଟା ୧୮ ମିନିଟ ରହିଥିବାବେଳେ କନ୍ୟାକୁମାରୀରେ ୧୧ ଘଣ୍ଟା ୩୯ ମିନିଟ ରହିଥାଏ | ଡ଼କ୍ଟର ସୁବାସ ପଟନାୟକ କହିଛନ୍ତି ସୂର୍ଯ୍ୟ ସ୍ଥିର ରହିଥିବା ବେଳେ ପୃଥିବି ସୂର୍ଯ୍ୟ ଚାରିପଟେ ଘୁରି ବୁଲିଥାଏ | ପୃଥିବି ସୂର୍ଯ୍ୟ ଚାରିପଟେ ବୁଲିବା ପାଇଁ ଗୋଟିଏ ବର୍ଷ ସମୟ ଲାଗିଥାଏ ପୃଥିବି ସୂର୍ଯ୍ୟ ଚାରିପଟେ ୨୩° ତଳକୁ ବୁଲିବା ହେତୁ ସୂର୍ଯ୍ୟରୁ ଯେଉଁ ଆଲୋକ ଆସିଥାଏ କିଛିଦିନ ସିଧା କିଛିଦିନ ତେରଛା ପଡିଥାଏ | ଯାହା ଫଳରେ ଦିନ ରାତ୍ରିର ତାରତ୍ୱମ ଦେଖାଯାଇଥାଏ |

Odia Khabar

Leave a Comment