ପୁଣି ରାଜଧାନୀରେ ଚୋରି |

ପୁଣି ରାଜଧାନୀରେ ଚୋରି ରାଜଧାନୀ ଭୁବନେଶ୍ୱରରେ ଲୁଟେରାଙ୍କ ଚୋରି କମିବାର ନା ଧରୁନି | ଦୀର୍ଘ କିଛି ଦିନ ଧରି ଭୁବନେଶ୍ୱରରେ ବହୁତ ଥର ଚୋରି କରିବା ସାମ୍ନାକୁ ଆସିଛି | ଯେଉଁ ସବୁ ଆପାର୍ଟମେଣ୍ଟ ବନ୍ଦ ରହୁଛି ବା ଦୀର୍ଘ ଦିନ ଧରି ଲୋକମାନେ ଚଳ ପ୍ରଚଳ କରୁନାହାନ୍ତି | ଲୁଟେରା ସେହି ଘର ଗୁଡିକ ଲୁଟିବାକୁ ଲାଗିଛନ୍ତି ଏବଂ ବହୁତ ଘର ମାଲିକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ଚୋରର କିଛି ବି ସଂନ୍ଧାନ ମିଳିପାରିନି |

କେମିତି ଲୁଟିନେଲେ ଦୁର୍ବୁତ୍ତ ୨୭ ଭରିର ସୁନା |

ଏବେ କାଲି ପୁଣି ଭୁବନେଶ୍ୱରରେ ଚୋରି ଘଟଣା ସାମ୍ନାକୁ ଆସିଛି | ଘଟଣାଟି ନୟାପଲ୍ଲୀ ଥାନା ପାଇକନଗରୀ ଅଞ୍ଚଳରେ ଘଟିଛି ନିରୁପମା ସାହୁଙ୍କ ଘରୁ ଦୁର୍ବୁତ୍ତ ଲୁଟି ନେଇଛନ୍ତି | ଘର ଲୋକ ସମସ୍ତେ ସିରିଡ଼ି ବୁଲିବାକୁ ଯାଉଥିବାବେଳେ ଲୁଟେରା ଏହାର ସୁଯୋଗ ନେଇ ଲୁଟ କରିବାରେ ସଫଳ ହେଇଛନ୍ତି | ଲୁଟେରା ୨୭ ଭରିରୁ ଅଧିକ ସୁନା ଗହଣା ଲୁଟି ନେଇଛନ୍ତି ଭୁବନେଶ୍ୱରରେ ଯେଉଁ ଘର ଗୁଡିକ ସବୁ ବନ୍ଦ ରହୁଛି ଲୁଟେରା ସେହି ଘର ଗୁଡିକ ଟାର୍ଗେଟ କରି ଚୋରି କରୁଛନ୍ତି |

(ପୁଣି ରାଜଧାନୀରେ ଚୋରି)

Odia Khabar

Leave a Comment