ବାଲେଶ୍ୱରରେ ବ୍ୟାଙ୍କ ପୋଡିଦେଲେ ଦୁର୍ବୁତ୍ତ ଘଟଣାଟି ବାଲେଶ୍ୱରର ସିମିଲିଆ ଅଂଚଳର ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଦୁର୍ବୁତ୍ତ ମାନେ ଚୋରି କରି ବ୍ୟାଙ୍କରେ ନିଆଁ ଲଗେଇଦେଇଥିବା ସୂଚନା ମିଳିଛି | ଘଟଣା ସ୍ଥଳରେ ଅଗ୍ନିଶମ ବାହନୀ ପହଂଚି ନିଆଁ କୁ ଆୟତ କରିବା କାର୍ଯ୍ୟ କରିଥିଲା |
ଦୁର୍ବୁତ୍ତ ମାନେ କିପରି କରିଥିଲେ ଲୁଟ |
ଗତ କାଲି ରାତିରେ ଦୁର୍ବୁତ୍ତ ମାନେ ଏହି ଭଳି କାଣ୍ଡ କରିଥିବାର ସୁଚନା ମିଳିଛି | ସ୍ଥାନୀୟ ଲୋକମାନେ କହିଛନ୍ତି ଦୁର୍ବୁତ୍ତ ମାନେ ଗ୍ରିଲ ଭାଙ୍ଗି ପଛ ପଟୁ ବ୍ୟାଙ୍କ ଭିତରେ ପଶିଥିଲେ ଏବଂ ସମସ୍ତ ଟଙ୍କା ନେଇଯିବା ସହ ଏବଂ ବ୍ୟାଙ୍କରେ ନିଆଁ ଲଗେଇଛନ୍ତି | ଏପର୍ଯ୍ୟନ୍ତ ଦୁର୍ବୁତ୍ତ ମାନଙ୍କର କିଛି ସନ୍ଧାନ ମିଳିନାହିଁ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି |