ରାଜ୍ୟରେ ବଢିବ ଶୀତ। ରାଜ୍ୟରେ ଦିନକୁ ଦିନ ଶୀତର ପ୍ରଭାବ ଦେଖିବାକୁ ମିଳିଛି ନୂଆବର୍ଷରୁ ପାରଦ ଖସିବ ଏବଂ ପ୍ରବଳ ଶୀତ ଦେଖିବାକୁ ମିଳିବ । ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଥଣ୍ଡା ବଢିବ ଏବଂ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବା ନେଇ ପାଣିପାଗ ବିଭାଗ ସୂଚନା ମିଳିଛି । ଆଜିଠୁ କଳାହାଣ୍ଡି , କନ୍ଧମାଳ, ସମ୍ବଲପୁର , ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର , ସୋନପୁର , ମୟୁରଭଞ୍ଜ ଆଦି ସମସ୍ତ ଜିଲ୍ଲା ମାନଙ୍କରେ ତାପମାତ୍ରା କମିବ । ପରେ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ଜିଲ୍ଲା ମାନଙ୍କରେ ବର୍ଷାର ପରିମାଣ କମିବା । ରାଜ୍ୟରେ ପ୍ରାୟ ଜିଲ୍ଲା ମାନଙ୍କରେ ଘନ କୁହୁଡି ଦେଖିବାକୁ ମିଳିଛି ଏବଂ ଯାହା ଫଳରେ ଲୋକମାନେ ଯାତ୍ରା କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।