ରାଜ୍ୟରେ ଅତ୍ୟଧିକ କୁହୁଡି ଯୋଗୁ ବିମାନ ଯାତ୍ରାରେ ବାଧାପ୍ରାପ୍ତ । ଆଜି ରାଜ୍ୟର ଅନେକ ଜିଲ୍ଲା ମାନଙ୍କରେ କୁହୁଡିର ପରିମାଣ ଅଧିକ ହୋଇଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଘନ କୁହୁଡି ଲାଗିରହିଥିବାରୁ ବିମାନ ଚଳାଚଳରେ ଅସୁବିଧା ଦେଖାଦେଉଛି ଏବଂ କାଲି ବି ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା । ଏବଂ ଆଜି ମଧ୍ୟ ସେଇଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ୨୫୦ ରୁ ଅଧିକ ବିମାନ ଯାତ୍ରା କରିଥିବାବେଳେ ୪୩ ଟି ବିମାନର ଉଡ଼ାଣର କାର୍ଯ୍ୟ ବନ୍ଦ କରାଯାଇଛି । ସକାଳେ ଘନ କୁହୁଡି ହେଇଥିବାରୁ ବିଳମ୍ବରେ ବିମାନ ଉଡ଼ାଣ ପ୍ରକ୍ରିୟା ହେଇଥିଲା ଏବଂ ଗତ କାଲି ଅତ୍ୟଧିକ କୁହୁଡ଼ି ହେତୁ ୪୦୦ ବିମାନ ବିଳମ୍ବରେ ଉଡାନା କାର୍ଯ୍ୟ ଚାଲିଥିଲା । ଏବଂ ଟ୍ରେନ ଚଳାଚଳ ରେ ମଧ୍ୟ୍ୟ କୁହୁଡି ହେଇଥିବାରୁ ବିଳମ୍ବ ହେଇଥିଲା ଅନେକ ଲୋକ ମଧ୍ୟ୍ୟ ଆସୁବିଧାର ସାମଂଖିନ୍ନ ହୋଇଛନ୍ତି ।