ଆଜି ବରଗଡ଼ରେ ସରିବ ପ୍ରସିଦ୍ଧ ଧନୁଯାତ୍ରା ୧୧ ଦିନ ଧରି ଚାଲି ଆସୁଥିଲା ପ୍ରସିଦ୍ଧ ଧନୁଯାତ୍ରା । ଆଜି ଧନୁଯାତ୍ରାର ଶେଷ ରାତି ହୋଇଥିବାବେଳେ ଲୋକମାନଙ୍କ ଭିଡ ଦେଖିବାକୁ ମିଳିଛି । ୧୧ ଦିନ ଧରି କଂସଙ୍କ ରାଜୁତି ଚାଲୁଥିଲା ବରଗଡ଼ରେ ହେଲେ ଆଜି କଂସଙ୍କ ବଧ ଘଟିବ । ଏବଂ ଗତ କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସିଦ୍ଧ ଧନୁଯାତ୍ରାରେ ଯୋଗ ଦେଇଥିଲେ । ଗୋଟେ ବଡ ଘୋଷଣା ମଧ୍ୟ କରିଛନ୍ତି । ଧନୁଯାତ୍ରାରେ ରଙ୍ଗମହଲ ତିଆରି କାର୍ଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀ ୧୨ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଛି ବୋଲି କହିଛନ୍ତି । ବିଭିନ୍ନ ସହରରୁ ଆସିଥିବା କଳାକାର ମାନଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।