କାଲି ଭୁବନେଶ୍ୱର ସନ୍ଧ୍ୟାରେ ୨ଟି ବାଇକ କାର ଧକ୍କା | କାର ଚାଳକ ଜଣକ ରଙ୍ଗରୁଟରେ ଗାଡି ଚଲେଇକି ଆସୁଥିବାବେଳେ ଦୃଘଟଣା ଘଟିଥିଲା | କାର ବାଇକକୁ ଧକ୍କା ଦେବା ଫଳରେ ବାଇକ ଛିଟିକି ପଡିଥିଲା ଏବଂ ଅନ୍ୟ ବାଇକଟି କାର ତଳେ ଚାପି ହୋଇ ରହିଥିଲା ଏବଂ ଘଟଣା ସ୍ଥଳରେ ୨ ବାଇକ ଚାଳକ ଆହତ ହେବା ସହ ଆଉ ୨ ଜଣ ଆହତ ହୋଇଛନ୍ତି | ଦୃଘଟଣାରେ ଗୁରୁତର ଆହତ ବ୍ୟକ୍ତି ମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଦୃଘଟଣାରେ ଜଣକର ମୁର୍ତ୍ୟୁ ଘଟିଥିବା ସୂଚନା ମିଳିଛି | କାର ଚାଳକ ଜଣକ ମଦ୍ୟପାନ କରିଥିବା ନେଇ ଦୃଘଟଣା ଘଟିଥିବା ଅନୁମାନ କରାଯାଇଛି |