ଭାରତ U19 ମହିଳା କ୍ରିକେଟ ବିଶ୍ୱକପ ଚାମ୍ପିୟନ | ଏହି ବିଶ୍ୱକପ ଟୁର୍ନାମେଣ୍ଟରେ ଭାରତ ଓ ସାଉଥ ଆଫ୍ରିକା ମହିଳା ଟିମ ଫାଇନାଲରେ ପହଞ୍ଚିଥିଲା | ଆଜି ମହିଳା ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତ ମହିଳା ବିଜୟ କରିଛନ୍ତି | ସାଉଥ ଅଫ୍ରିକା ମହିଳା ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା | ପ୍ରଥମେ ବ୍ୟାଟିଂ କରି ମାତ୍ର ୮୨ ରନ କରି ଅଲ ଆଉଟ ହୋଇଥିଲା ଟିମ | ୨୦ ଓଭର ବ୍ୟାଟିଂ କରି ଭାରତ ମହିଳାକୁ ମାତ୍ର ୮୩ ରନ ଲକ୍ଷ ଦେଇପାରିଥିଲା | ଭାରତର ବ୍ୟାଟିଂରେ ଗୋଂଗାଡ଼ି ତ୍ରିଶା ସର୍ବାଧିକ ୪୪ ରନ କରିଥିଲେ ୧୧ ,୨ ଓଭରରେ ଭାରତ ବିଜୟ କରିଥିଲା | ଭାରତ ୨ ଥର U19 ଜିତିବାରେ ସଫଳ ହୋଇଛନ୍ତି |