ଲାଇଟ ସାଉଣ୍ଡ ଦୋକାନରେ ନିଆଁ ଲାଗି ଲକ୍ଷ୍ୟାଧିକ ଟଙ୍କାର ଜିନିଷ ନଷ୍ଟ ?

ଲାଇଟ ସାଉଣ୍ଡ ଦୋକାନରେ ନିଆଁ ଲାଗି ଲକ୍ଷ୍ୟାଧିକ ଟଙ୍କାର ଜିନିଷ ନଷ୍ଟ | ଭୁବନେଶ୍ୱରର ଆଇଗିଣିଆ ନିକଟରେ ଆଜି ସନ୍ଧ୍ୟାରେ ଏକ ଭୟାନକ ଅଗ୍ନିକାଣ୍ଡ ହୋଇଛି | ଯାହା ଫଳରେ ଲାଇଟ ସାଉଣ୍ଡ ଡିଜେ ସବୁ ପୋଡି ହୋଇ ନଷ୍ଟ ହୋଇଛି | ଗୋଦାମ ମାଲିକ ଜଣକ କହିଛନ୍ତି ସନ୍ଧ୍ୟା ୫.୩୦ ମିନିଟରେ ଅଚାନକ ନିଆଁ ଲାଗିବ ଆରମ୍ଭ ହୋଇଥିଲା | ଗୋଦାମର ପଛପଟ୍ଟୁ ନିଆଁ ଲାଗିଥିଲା ବୋଲି ଗୋଦାମ ମାଲିକ ଜଣକ କହିଥିଲେ |

କେମିତି ଲାଗିଥିଲା ନିଆଁ ?

ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣପଡି ନାହିଁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରୁଛନ୍ତି | ଦୀର୍ଘ ୨.୩୦ ଘଣ୍ଟା ହବ ନିଆଁ ଲିଭେଇବା କାର୍ଯ୍ୟ ଚାଲୁଅଛି ୨୦ ରୁ ଅଧିକ ଅଗ୍ନିଶମ ବାହିନୀ କର୍ମଚାରି ନିଆଁକୁ ଆୟତ କରିବା କାର୍ଯ୍ୟ କରୁଛନ୍ତି | ଘଟଣା ସ୍ଥଳରେ ୩ଟି ଦମକଳ ବାହିନୀ ଓ ୨ଟି ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡରେ ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡୁଛି |

Odia Khabar

Leave a Comment