ନିଶା ନିବାରଣ କେନ୍ଦ୍ରରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ଭୁବନେଶ୍ୱର ଝାରପଡା ମହାଦେବ ନଗରରେ ରହିଥିବା ନିଶା ନିବାରଣ କେନ୍ଦ୍ରରୁ ପ୍ରଶାନ୍ତ ନାମକ ଯୁବକ ମୁର୍ତ୍ୟୁ ବରଣ କରିଛନ୍ତି | ଯୁବକଙ୍କ ଘର ନୟାଗଡ ସହରରେ ବୋଲି ଜଣାପଡିଛି | ଯୁବକ ଜଣକର ମା ଓ ବାପା କହିଛନ୍ତି ତାଙ୍କ ପୁଅକୁ ୩ ମାସ ହବ ନିଶା ନିବାରଣ କେନ୍ଦ୍ରକୁ ଆଣିଥିଲେ ଏବଂ ୨ ଲକ୍ଷ୍ୟ ଟଙ୍କା ଦିଆ ସାରିଲାଣି ଆଉ ୭ ହଜାର ଟଙ୍କା ବାକି ଥିଲା | ମୋ ପୁଅ ଦେହ ଟିକେ ଟିକେ ଖରାପ ହେଲାଣି ମୋ ପୁଅକୁ ଛାଡିଦିଅ ବୋଲି ମୁ ସାରଙ୍କୁ କହିଥିଲି ସାର କିନ୍ତୁ ୭୦୦୦ ହଜାର ଟଙ୍କା ଦେଲେ ପୁଅକୁ ଛଡ଼ାଯିବ ବୋଲି କହିଥିଲେ | ଆଜି ସକାଳୁ ନିଶା ନିବାରଣ କେନ୍ଦ୍ରରୁ କଲ କରି କହିଥିଲେ ତମ ପୁଅ ଦେହ ଖରାପ ଅଛି ଡାକିଲେ ସୁନୁନୀ ଆମେ ୬ ନମ୍ବର ମେଡିକାଲକୁ ଆଣିଛୁ ଆପଣ ଜଲ୍ଦି ଆସନ୍ତୁ ବୋଲି କହିଲେ | ହସ୍ପିଟାଲରେ ପହଁଚି ଦେଖିଲା ବେଳକୁ ପୁଅ ମୂର୍ତ ବରଣ କରିଛି ବୋଲି ପୁଅର ବାପା ମା କହିଛନ୍ତି |
ନିଶା ନିବାରଣ କର୍ତ୍ତୃପକ୍ଷ କହିଛନ୍ତି ?
ନିଶା ନିବାରଣର ୨ ଜଣ କର୍ତ୍ତୃପକ୍ଷ କହିଛନ୍ତି କାଲି ରାତିରେ ପ୍ରଶାନ୍ତଙ୍କ ବିପି ବଢିଥିଲା | ପ୍ରଶାନ୍ତ ସକାଳୁ ଗାଧେଇ ସାରିଥିଲା ଆମେ ପ୍ରଶାନ୍ତ ର ବିପି ଚେକ କରିବାକୁ ଯାଉଥିଲୁ ଏବଂ ପିଲାମାନେ ସଂଗେ ସଂଗେ ଆସିକି କହିଲେ ପ୍ରଶାନ୍ତ ଆଖି ଖୋଲୁ ନାହିଁ | ତା ପରେ ସଂଗେ ସଂଗେ ପ୍ରଶାନ୍ତକୁ ମେଡିକାଲ ଆଣିଲୁ ବୋଲି କହିଛନ୍ତି | ଡ଼କ୍ଟର କିଛି ସମୟ ପରେ ପ୍ରଶାନ୍ତକୁ ମୁର୍ତ୍ୟୁ ଘୋଷଣା କରିଥିଲେ |