ଭାରତ ଇଂଲଣ୍ଡ ମ୍ୟାଚ ରେ ଭାରତ ବିଜୟ ?

ଭାରତ ଇଂଲଣ୍ଡ ମ୍ୟାଚ ରେ ଭାରତ ବିଜୟ ଆଜି ନାଗପୁରରେ ଭାରତ ଇଂଲଣ୍ଡ ର ଆଜି ପ୍ରଥମ ODI ମ୍ୟାଚ ହୋଇଥିଲା ସେଥିରେ ଭାରତ ବିଜୟ କରିଛି | ଇଂଲଣ୍ଡ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଟିମ ୨୪୮ ରନ କରି ୪୭ .୪ ଓଭରରେ ଟିମ ଅଲ ଆଉଟ ହୋଇଥିଲା | ଇଂଲଣ୍ଡ ପକ୍ଷରୁ ବ୍ୟାଟିଂରେ ଫିଲ ସ୍ଲଟ ୪୩ ରନ କରିଥିଲେ .ଡ଼କେଟ ୩୨ , ରୁଟ ୧୯ , ବଟଲର ୫୨ , ବେଠେଲ ୫୧ , ଅର୍ଚର ୨୧ ରନ ସାହାଯ୍ୟରେ ଇଂଲଣ୍ଡ ଟିମ ୨୪୮ ରନ କରିପାରିଥିଲା | ଭାରତ ୪ ୱିକେଟ ଥାଇ ବିଜୟ ହାସଲ କରିଛି | ଇଣ୍ଡିଆର ବୋଲିଂରେ ସାମୀ ୧ ୱିକେଟ , ରାଣା ୩ ୱିକେଟ , ଅକ୍ସର ୧ ୱିକେଟ ,ଯାଦବ ୧ ୱିକେଟ , ଜାଡେଜା ୩ ୱିକେଟ ନେବାରେ ସଫଳ ହୋଇଛନ୍ତି | ଇଂଲଣ୍ଡ ଟିମକୁ ମାତ୍ର ୨୪୮ ରନରେ ଅଲ ଆଉଟ କରିଛନ୍ତି ||

ଭାରତର ବ୍ୟାଟିଂରେ ସର୍ବାଧିକ ରନ କିଏ କରିଥିଲେ ?

ଏବଂ ଭାରତର ବ୍ୟାଟିଂରେ ଶୁଭମନ ଗିଲ ସର୍ବାଧିକ ୮୭ ରନ କରିଥିଲେ | ଶ୍ରେୟସ ୫୯ ରନ , ଅକ୍ସର ୫୨ ରନ କରିଥିଲେ | ଭାରତ ମାତ୍ର ୩୮ ଓଭରରେ ବିଜୟ ହାସଲ କରିଛି | ଭାରତର ସର୍ବାଧିକ ସ୍କୋର କରିଥିବା ଶୁଭମନ ଗିଲଙ୍କୁ ପ୍ଲେୟାର ଅଫ ମ୍ୟାଚ ଘୋଷଣା କରାଯାଇଛି | ଭାରତର ଦ୍ୱତୀୟ ODI ମ୍ୟାଚ ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ | ବିରାଟ କୋହଲିଙ୍କ ଆଂଠୁର ଆଘାତ ହୋଇଥିବାରୁ ପ୍ରଥମ ମ୍ୟାଚ ଖେଳି ନାହାନ୍ତି | ଆଗକୁ କଟକ ବାରବାଟୀ ଷ୍ଟାଡିୟମ ଦ୍ୱତୀୟ ମ୍ୟାଚ ରହିଛି ବିରାଟ କୋହଲିଙ୍କ ଖେଳିବା ନେଇ ଫ୍ୟାନ୍ସ ମାନେ ଅପେକ୍ଷାରେ ଅଛନ୍ତି |

Leave a Comment