୧୫ ତାରିଖ ପରେ ଆଉ ବଢିବା ନାହିଁ ରାସନ କାର୍ଡ e-kyc ସମୟ ସୀମା ?

୧୫ ତାରିଖ ପରେ ଆଉ ବଢିବା ନାହିଁ ରାସନ କାର୍ଡ e-kyc ସମୟ ସୀମା | ରାଜ୍ୟ ବାହାରେ ଲୋକ କାମ କରୁଥିବାରୁ ଲୋକମାନଙ୍କୁ e-kyc କରିବାରେ ବହୁ ଅସୁବିଧାର ସଂମୁଖିନ୍ନ ହୋଇଥିଲେ | ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ରାଜ୍ୟ ସରକାର ଦିନକୁ ଦିନ ତାରିଖ ଘୁଞ୍ଚାଉଥିଲେ | ଆସନ୍ତା ୧୫ ତାରିଖରୁ ଆଉ ସମୟ ବଢିବ ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର | ଏବେ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ଓ ୪୯୬ ଜଣ କରିନାହାନ୍ତି e-kyc | ଯେଉଁ ଲୋକମାନେ e- kyc କରୁନାହାନ୍ତି କାର୍ଡରୁ ନାମ କଟାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଜନା ମନ୍ତ୍ର୍ରୀ କୃଷ୍ଣ ଚନ୍ଦ୍ର ପାତ୍ର |

e-kyc ନକଲେ କଣ କଣ ଅସୁବିଧା ହବ ?

ଏ ପର୍ଯ୍ୟନ୍ତ ୧୨ ହଜାର ଚାକିରିଆ ଓ ବିଜନେସ କରୁଥିବା ଲୋକମାନେ ରାସନ କାର୍ଡ ଫେରେଇଥିବା ସୂଚନା ମୁଳୁଛି | ଏବଂ ୮ ଲକ୍ଷ ଇଂକମେ ଟାକ୍ସ ଭରୁଥିବା ଲୋକମାନେ ମଧ୍ୟ ରାସନ କାର୍ଡ କରିଥିବା କହିଛନ୍ତି ଖାଦ୍ୟ ଯୋଜନା ମନ୍ତ୍ର୍ରୀ କୃଷ୍ଣ ଚନ୍ଦ୍ର ପାତ୍ର | ଜାନୁଆରୀ ୩୧ ତାରିଖ ରାସନ କାର୍ଡର ଶେଷ ସମୟ ସୀମା ରହିଥିଲା କିନ୍ତୁ ବାହାର ରାଜ୍ୟରେ ଯେଉଁ ଶ୍ରମିକ ମାନେ ଦାଦନ ଖଟୁଛନ୍ତି ଏବଂ ବାହାରେ ଲୋକ ରହୁଥିବାରୁ e- kyc କରି ପାରିନଥିବାରୁ | ରାଜ୍ୟ ସରକାର ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ସମସ୍ତ ଲୋକମାନଙ୍କୁ ଫେବୃଆରୀ ୧୫ ତାରିଖ ରାସନ କାର୍ଡ e- kyc ର ସମୟ ସୀମା ବଢାଯାଇଥିଲା | ଏବଂ ଆସନ୍ତା ଫେବୃଆରୀ ୧୫ ତାରିଖ ଭିତରେ ସମସ୍ତ ହିତାଧିକାରି ମାନଙ୍କୁ e- kyc କରିବା ପାଇଁ ନିର୍ଦେଶ | ୧୫ ତାରିଖ ପରେ ଆଉ ବଢିବା ନାହିଁ ରାସନ କାର୍ଡ e-kyc ସମୟ ସୀମା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ର୍ରୀ କୃଷ୍ଣ ଚନ୍ଦ୍ର ପାତ୍ର |

Odia Khabar

Leave a Comment