ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର ବିଦ୍ୟାଧର ପତି | ଭୁବନେଶ୍ୱରର ୩ଟି ସ୍ଥାନ ଓ ବାଲେଶ୍ୱରରେ ୪ଟି ସ୍ଥାନରେ ରେଡ ହୋଇଛି | ଏକ କାଳରେ ୭ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ ଟିମ ବିଦ୍ୟାଧର ପତିଙ୍କ ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ରହିଥିବା ଫ୍ଲାଟ ଓ ରୁଦ୍ର ପୁରରେ ରହିଥିବା ୩ଟି ଫ୍ଲାଟକୁ ଭିଜିଲାନ୍ସ ଅଧିକାରୀ ରେଡ କରିଛି | ଏବଂ ରେମୁଣାରେ ରହିଥିବା ଅଫିସରେ ମଧ୍ୟ ଭିଜିଲାନ୍ସ ରେଡ କରିଛି ୭ ଟି ସ୍ଥାନରେ ରେଡ କରିଥିବା ସୂଚନା ମିଳିଛି | ଭୁବନେଶ୍ୱରରେ ରହୁଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ କରିଛି ରେଡ | ଏବଂ ରେଡରେ ସାମିଲ କର୍ତ୍ତୃପକ୍ଷ ହେଉଛନ୍ତି ୬ଜଣ dsp ଏବଂ ୩ଜଣ ଇନ୍ସପେକ୍ଟର ଓ ୧୦ ଜଣ asi ଏହି ରେଡରେ ସାମିଲ ହୋଇଥିଲେ | ବିଦ୍ୟାଧର ପତିଙ୍କ ଘରର ଜିନିଷ ଦାମିକିଆ ରହିଥିବା ଜଣାପଡୁଛି ଏବଂ ବିଭିନ୍ନ ଜାଗା କିଣିଥିବା ନେଇ ଘରେ ରହିଥିବା କାଗଜ ପତ୍ରରୁ ଜଣାପଡୁଛି | ଭୁବନେଶ୍ୱରରେ ୨ଟି ଜାଗା ଓ ଅନେକ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବା ଜଣାପଡୁଛି |