୫ ଟଙ୍କାରେ ବି ବିଲାତି କାଣିବାକୁ ରାଜିହଉନାହାନ୍ତି ବେପାରୀ ?

୫ ଟଙ୍କାରେ ବି ବିଲାତି କାଣିବାକୁ ରାଜିହଉନାହାନ୍ତି ବେପାରୀ | ଟମାଟୋ ଚାଷୀ ଦିନକୁ ଦିନ ଟମାଟୋର ଦର କମିବା ନେଇ ଚିନ୍ତାରେ ଚାଷୀ ଜଗତସିଂହପୁର ଜିଲ୍ଲାର ଆଳି ପଙ୍ଗଳ ଓ ସେଠାକାର ଅଞ୍ଚଳର ଲୋକମାନେ ପ୍ରାୟ ସମସ୍ତେ ଟମାଟୋ ଚାଷ କରିବା ଦେଖାଦେଇଛି | କିନ୍ତୁ ଦିନକୁ ଦିନ ଟମାଟୋ ଦର କମିବା ନେଇ ଏବେ ଚିନ୍ତାରେ ଚାଷୀ | ଧାର ଉଦ୍ଧାର କରି ଟମାଟୋ ଚାଷ କରିଥିବା ଚାଷୀ ମାନେ ଟମାଟୋ ଦର କମିବା ନେଇ ଚାଷୀ ଏବେ ଧାର କରଜରେ ବୁଡି ହୋଇ ରହିଛି | ବେପାରୀମାନେ ୫ ଟଙ୍କାରେ ଟମାଟୋ କିଣିବା ପାଇଁ ରାଜି ହଉନାହାନ୍ତି | ଚାଷୀ ତା ଚାଷ ଜମିରେ ଯେତିକି ଖର୍ଚ କରିଛି ଟମାଟୋ ତୋଳିବାରେ ମଧ୍ୟ ସେତିକି ମୂଲ୍ୟ ବାହାରୁ ନାହିଁ | କିଛି ଚାଷୀ ମାନେ କହିଛନ୍ତି ୧ ଟଙ୍କାରେ ବି ବେପାରୀ ଟମାଟୋ କିଣିବାକୁ ରାଜି ହଉନାହାନ୍ତି ଚାଷୀମାନେ ଶୀତଳ ଭଣ୍ଡାର କିଣିବା ନିମନ୍ତେ ସରକାରଙ୍କ ନିକଟରେ ଦାବି କରିଛନ୍ତି |

Odia Khabar

Leave a Comment