ଭୁବନେଶ୍ୱରରେ ମୋ ବସ ଧକ୍କାରେ ମହିଳାଙ୍କ ମୁର୍ତ୍ୟୁ | ଗତ କଲି ରାତିରେ ଭୁବନେଶ୍ୱର ଟମାଣ୍ଡ ଥାନା ଓଭର ବ୍ରିଜ ତଳେ ମୋ ବସ ଦୃଘଟଣାରେ ମହିଳା ଜଣକ ମୁର୍ତ୍ୟୁ କରିଛନ୍ତି | ଏବଂ ଆଉ ତିନି ଜଣ ବ୍ୟକ୍ତି ମଧ୍ୟ ମୋ ବସ ଦୃଘଟଣାରେ ଆହତ ମଧ୍ୟ ହୋଇଛନ୍ତି | ଦୃଘଟଣାରେ ମହିଳା ମୁର୍ତ୍ୟୁ କରିଥିବାବେଳେ ମହିଳାଙ୍କ ସ୍ୱାମୀ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି ମହିଳାଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ | ଘଟଣା ସ୍ଥଳରେ ଲୋକମାନଙ୍କର ବହୁତ ଉତେଜନା ଦେଖାଦେଇଥିଲା ଏବଂ ଲୋକମାନେ ବସକୁ ଭଙ୍ଗାରୁଜା ମଧ୍ୟ କରିଥିଲେ | ଡ୍ରାଇଭରଙ୍କ ବେପରୁଆ ଗାଡି ଚଲେଇବା ଦ୍ୱାରା ଏଭଳି ଏକ ଦୃଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି | ଏବେ କିଛି ଦିନ ତଳେ ନନ୍ଦନକାନନ ସ୍ତିତ ମୋ ବସ ଦୃଘଟଣାରେ ୧୨ ବର୍ଷର କୁନି ଝିଅ ମୁର୍ତ୍ୟୁ କରିଥିଲା | ମାତ୍ର ୧୦ ଦିନ ଦିନ ଭିତରେ ପୁଣି ମୋ ବସ ଦୃଘଟଣା ଖବର ସାମ୍ନାକୁ ଆସିଛି | ଭୁବନେଶ୍ୱରରେ ମୋ ବସ ଧକ୍କାରେ ମହିଳା ମୁର୍ତ୍ୟୁ ?
ମୋ ବସ ଦୃଘଟଣା କିପରି କରିଥିଲା ?
ଗତ କାଲି ରାତିରେ ପ୍ରାୟ ୧୦ ବେଳେ ବସଟି ଭୁବନେଶ୍ୱରରୁ ନିଜ ସ୍ଥାନକୁ ଫେରୁଥିବାବେଳେ ଦୃଘଟଣା କରିଥିଲା | ବସରେ କେହିବି ଯାତ୍ରୀ ନଥିବା ବେଳେ ବସଟି ଦୃଘଟଣା କରିଛି | ଜଣେ ମହିଳା ଓ ତାଙ୍କ ସ୍ୱାମୀ ବସକୁ ଅପେକ୍ଷା କରିଥିବା ବେଳେ ମୋ ବସ ଡ୍ରାଇଭର ଜଣକ ସିଧା ମହିଳାଙ୍କ ଉପରେ ଗାଡି ଚଢ଼ାଇଦେଇଥିଲେ | ଏବଂ ମହିଳା ଜଣକ ବସ ତଳେ ଚାପି ହୋଇ ରହିଥିଲେ ଓ ସେଠାକାର ସ୍ଥାନୀୟ ଲୋକମାନେ ବସଟିକୁ ପାଟିକରି ଅଟକାଇଥିଲେ ମଧ୍ୟ୍ୟ ବସଟି ଅଟକି ନଥିଲା | ଏବଂ ମହିଳାଙ୍କୁ ୧୦୦ ମିଟର ଘୋଷାଡ଼ି ନେଇଯାଇଥିଲା ବସଟି ବେପରୁଆ ଗାଡି ଚଳାଇବା ଦ୍ୱାରା ମହିଳା ମୁର୍ତ୍ୟୁ ବରଣ କରିଛନ୍ତି | ବସଟି ରାସ୍ତା କଡରେ ଠିଆହୋଇଥିବା ଆଉ ୩ ଜଣ ଲୋକଙ୍କୁ ମଧ୍ୟ ଧକ୍କା ଦେଇଛି ସେମାନେ ମଧ୍ୟ ଗୁରୁତର ଭାବେ ପାଖ ମେଡିକାଲରେ ଭର୍ତି କରାଯାଇଛି | ପୋଲିସ କର୍ମଚାରୀ ବସଟିକୁ ସିଜ କରିବା ସହ ଡ୍ରାଇଭର ଜଣକୁ ଅଟକ ରଖିଛି | ମୋ ବସରେ କ୍ୟାମେରା ସୁବିଧା ରହିଥିବାରୁ ବସଟି କିପରି ଦୃଘଟଣା କରିଥିଲା ତାହା ଜଣାପଡ଼ିବ ବୋଲି ପୋଲିସ କ୍ୟାମେରାକୁ ନିଜ ଅଧୀନରେ ରଖି ତଦନ୍ତ କରୁଛି |