ପୁଣି ଥରେ ବଢ଼ିଲା ରାସନ କାର୍ଡ E-KYC ସମୟ ସୀମା | ଗତ ଜୁନ ମାସଠାରୁ ଆରମ୍ଭ ହୋଇଥିଲା E-KYC ପ୍ରକ୍ରିୟା ଆଜି ରହିଥିଲା E-KYC ଶେଷ ଦିନ | ହିତାଧିକାରମାନଙ୍କୁ ୪ ଥର E-KYC କରିବା ପାଇଁ ସମୟ ସୀମା ଦିଆଯାଇଛି | ହେଲେ ଏପର୍ଯ୍ୟନ୍ତ ଆଉ ୩୩ ଲକ୍ଷ ହିତାଧିକାରୀ କରିନାହାନ୍ତି E-KYC | ନେଟୱର୍କ ସମସ୍ୟା ରହିଥିବାରୁ ଲୋକମାନେ ଅସୁବିଧାର ସମୁଖିନ୍ନ ହଉଛନ୍ତି | ସରକାରୀ ଚାକିରୀ ଓ ବିଜନେସ କରୁଥିବା ଲୋକମାନେ ଏବେ ସୁଦ୍ଧା ୧୨ ହଜାର ରାସନ କାର୍ଡ ଫେରେଇ ସାରିଲେଣି |
ରାସନ କାର୍ଡର E-KYC ବଢିଥିବା ସମୟ ସୀମା କେତେ ?
ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାସନ କାର୍ଡ E-KYC ସମୟ ବଢ଼ିଲା ବୋଲି ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପତ୍ର | ସେ କହିଛନ୍ତି ୩୩ ଲକ୍ଷ ଲୋକ E-KYC କରିନାହାନ୍ତି ଏବଂ କିଛି ସ୍ଥାନରେ ନେଟୱର୍କ ଅସୁବିଧା ଓ ବାହାର ରାଜ୍ୟରେ କିଛି ଲୋକେ କାମ କରୁଥିବାରୁ ରାସନ କାର୍ଡ E-KYC କରିବାରେ ଅସୁବିଧାର ସଂମୁଖିନ୍ନ ହୋଇଛନ୍ତି | ଏବଂ ସେହିସବୁ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମୟ ବଢ଼ାଇଛନ୍ତି | ଯେଉଁ ହିତାଧିକାରୀମାନେ ଚାକିରୀ କରିଛନ୍ତି ଓ ସରକାରଙ୍କୁ ଟାକ୍ସ ମଧ୍ୟ ଦେଉଛନ୍ତି ଆସନ୍ତା ସମୟ ଭିତରେ ରାସନ କାର୍ଡ ଫେରେଇବା ପାଇଁ କୃଷ୍ଣଚନ୍ଦ୍ର ପତ୍ର ପରାମର୍ଶ ଦେଇଛନ୍ତି | ଏବଂ ରାସନ କାର୍ଡ ଯଦି ଫେରେଇବେ ନାହିଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପତ୍ର |