୪୦ଦିନ ପରେ ମୁଖ୍ୟ ଆସାମୀ ରାମ ନାୟକ ଗିରଫ ?

୪୦ ଦିନ ପରେ ମୁଖ୍ୟ ଆସାମୀ ରାମ ନାୟକ ଗିରଫ | ଜାନୁଆରୀ ମାସ ୮ ତାରିଖରେ ରସୁଲଗଡ଼ ଓଭରବ୍ରିଜ଼ ଉପରେ ସହଦେଵ ନାମକ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା | ଦିନ ଦ୍ୱିପହରେ ଏଭଳି ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଥିଲା | ସହଦେଵ ନାୟକଙ୍କୁ ୩ ଜଣ ଅଭିଯୁକ୍ତ ରସୁଲଗଡ଼ ଓଭରବ୍ରିଜ଼ ଉପରେ ଖଣ୍ଡରେ ହାଣି ହତ୍ୟା କରିଥିଲେ | ଘଟଣା ସ୍ଥଳରେ ଫେରାର ରହିଥିଲେ ୩ ଜଣ ଅଭିଯୁକ୍ତ | ପୋଲିସ ମଧ୍ୟ ଫେରାର ରହିଥିବା ଅଭିଯୁକ୍ତ ମାନଙ୍କୁ ଧରିବାରେ ବିଫଳ ହୋଇଥିଲା | ହେଲେ ଆଜି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଆତ୍ମ ସମର୍ପଣ କରିଛନ୍ତି ଅଭିଯୁକ୍ତ ରାମ ନାୟକ | ଦୀର୍ଘ ଦିନ ଧରି ଫେରାର ରହିଥିବା ରାମନୟକ ପୋଲିସ ନିକଟରେ ନିଜ ଦୋଷ ସ୍ୱୀକାର କରିଛି | ସହଦେଵ ନାୟକଙ୍କ ପତ୍ନୀ କହିଛନ୍ତି ଆହୁରି ୪ ଜଣ ଅଭିଯୁକ୍ତ ଅଛନ୍ତି ସେମାନେ ହେଲେ ହୀରା ନାୟକ ,ସୁଶେଇ ନାୟକ , ରାଜା ନାୟକ ,ନିଲୁ ନାୟକ ରାମଙ୍କ ପୁରା ପରିବାର ହତ୍ୟା ସାମିଲ ରହିଥିବା ବୋଲି କହିଛନ୍ତି ଏବଂ ସେମାନଙ୍କୁ ଯଥାଶୀଘ୍ର ଧରାଯାଉ ବୋଲି କହିଛନ୍ତି |

Odia Khabar

Leave a Comment