ମୋ ବସ ଦୃଘଟଣାରେ ମୁର୍ତ୍ୟୁ କରିଛନ୍ତି ମହିଳା | ଗତ କିଛି ଦିନ ତଳେ ଭୁବନେଶ୍ୱରରେ ଟମାଣ୍ଡ ଥାନା ନିକଟରେ ଓଭର ବ୍ରିଜ ତଳେ ମୋ ବସ ଦୃଘଟଣାରେ ଜଣେ ଯୁବତୀ ମୁର୍ତ୍ୟୁ ବରଣ କରିଥିଲେ ଏବଂ ଅନେକ ଲୋକେ ଦୃଘଟଣାରେ ଆହତ ହୋଇ ମେଡିକାଲରେ ଚିକିର୍ଷିତ ହୋଉଥିଲେ | ଦୃଘଟଣାରେ ଘଟଣା ସ୍ଥଳରେ ଯୁବତୀ ଜଣକ ମୁର୍ତ୍ୟୁ ବରଣ କରିବା ସହ ଯୁବତୀଙ୍କ ମା ମୋ ବସ ଧକ୍କାରେ ଗୁରୁତର ଭାବେ ଆହତ ହୋଇଥିଲେ | ହେଲେ ଆଜି ଯୁବତୀଙ୍କ ମା ମେଡିକାଲରେ ଚିକିର୍ଷିତ ହୋଉଥିବା ବେଳେ ମୁର୍ତ୍ୟୁ ବରଣ କରିଥିବା ସୂଚାନ ମିଳୁଛି | ବାରମ୍ବାର ମୋ ବସ ଡ୍ରାଇଭର ମାନେ ଦୃଘଟଣା କରୁଥିବାରୁ ସମସ୍ତ ଡ୍ରାଇଭର ମାନଙ୍କୁ ୪୦ ସ୍ପୀଡ଼ରେ ଗାଡି ଚଳାଇବା ପାଇଁ ନିର୍ଦେଶ ଦିଆଯାବା ପରେ ମଧ୍ୟ୍ୟ ଡ୍ରାଇଭର ମାନଙ୍କର ବେପରୁଆ ଗାଡି ଚଲେଇବା ଦ୍ୱାରା ଦୃଘଟଣା ଘଟୁଛି |
ମୋ ବସ ଡ୍ରାଇଭର ଜଣକ କିପରି କରିଥିଲେ ଦୃଘଟଣା ?
ଦୃଘଟଣା ସ୍ଥଳରେ ଲୋକମାନଙ୍କ ଉତେଜନା ଦେଖାଦେଇଥିଲା ମୋ ବସ ଡ୍ରାଇଭର ଜଣକ ଯୁବତୀଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ | ଲୋକମାନେ ଯେତେ ପାଟି କରି ଡ୍ରାଇଭର ଜଣକୁ ଅଟକାଇଥିଲେ ମଧ୍ୟ ଡ୍ରାଇଭର ଜଣକ ଗାଡି ଠିଆ କରିନଥିଲେ | ଏବଂ ରାସ୍ତା କଡରେ ଠିଆହୋଇଥିବା ଲୋକମାନେ ମଧ୍ୟ ଆହତ ହୋଇଥିଲେ ଓ ଗୋଟିଏ ସ୍କୁଟିକୁ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇ ଫେରାର ହୋଇଥିଲା ଡ୍ରାଇଭର ଜଣକ | ଭୁବନେଶ୍ୱରରେ ବାରମ୍ବାର ମୋ ବସ ଦୃଘଟଣା ଘଟୁଥିବାରୁ ଲୋକ ଭୟଭୀତ ହେଲେଣି | କିଛି ଦିନ ତଳେ ମୋ ବସ ଦୃଘଟଣାରେ ୧୨ ବର୍ଷର ଝିଅ ମୁର୍ତ୍ୟୁ ବରଣ କରିଥିଲେ |