ଆଜିଠୁ ଓଡ଼ିଶାରେ ଆରମ୍ଭ ହେବ ବର୍ଷା ?

ଆଜିଠୁ ଓଡ଼ିଶାରେ ଆରମ୍ଭ ହେବ ବର୍ଷା । ରାଜ୍ୟରେ କେତେକ ସ୍ଥାନରେ ବର୍ଷ ସାଙ୍ଗକୁ ବିଜୁଳି ଓ ଘଡ ଘଡି ସହ ବର୍ଷ ହେବାର ସମ୍ଭାବନା ଅଛି । ଘୁର୍ଣ୍ଣିବଳୟ ଓ ପଚିମାଅଞ୍ଚଳ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହବ । ଆଜି ରାଜ୍ୟରେ କେଉଁ କେଉଁ ଜିଲ୍ଲାରେ ବର୍ଷ ହବ ସେଗୁଡିକ ହେଲା ଭଦ୍ରକ , ମୟୁରଭଞ୍ଜ , ଯାଜପୁର , ବାଲେଶ୍ୱର ଆଦି ଜିଲ୍ଲାଗୁଡିକରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷ ହେବର ପାଣି ପାଗ ବିଭାଗରୁ ସୂଚନା ମିଳୁଛି । ଆସନ୍ତା କାଲି ଉତ୍ତରଓଡ଼ିଶାରେ ହାଲୁକା ଧରଣର ବର୍ଷ ହେବାର ସମ୍ଭାବନା ଅଛି ଏବଂ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମର ବର୍ଷା ହେବାର ସମ୍ଭାବନା ଅଛି । ଆସନ୍ତା ୨ ଦିନ ମଧ୍ୟରେ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବା ନେଇ ସୂଚନା ମିଳିଛି । ଆସନ୍ତା ଦୁଇ ଦିନ ପରେ ସୁନ୍ଦରଗଡ଼ , ଅନୁଗୁଳ , କଟକ ଢେଙ୍କାନାଳ , କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି । ଏବଂ କିଛି କିଛି ସ୍ଥାନରେ କୂଅପଥର ବର୍ଷା ହବାର ସମ୍ଭାବନା ଅଛି | ଦକ୍ଷିଣ ଓଡିଶା ଅପେକ୍ଷା ଉତ୍ତର ଓଡ଼ିଶାରେ ବର୍ଷର ପରିମାଣ ଅଧିକ ହେବାର ସମ୍ଭାବନା ଅଛି । କିଛି ଦିନ ତଳେ ବାଲେଶ୍ୱର ଜିଲ୍ଲାରେ ବରଫ ବର୍ଷା ଦେଖିବାକୁ ମିଳିଥିଲା ।

Odia Khabar

Leave a Comment